ବିପଯ୍ୟସ୍ତ ଅବସ୍ଥାରେ ଘାସୁଆ ଗାଁ

ବାଲେଶ୍ୱର ଜିଲ୍ଲା ସୋର ବ୍ଲକ କେଦାରପୁର ପଚାୟତ ଘସୁଆ ଗାଁର ପ୍ରଧାନସାହିରେ 30ଟି ପରିବାରର ପ୍ରାୟ 150ଲୋକ ବାସକରନ୍ତି. କିନ୍ତୁ ସେହି ଗାଁକୁ ଯିବା ପାଇଁ 3ଫୁଟିଆ ରାସ୍ତା ରହିଛି. ଫଳରେ ଲୋକେ ଗାଡି ନେବାକୁ ସକ୍ଷମ ହେଉନାହାନ୍ତି. ଆହୁରି ମଧ୍ୟ ବର୍ଷା ହେଲେ ରାସ୍ତାରେ ଅଂଟାଏ ପାଣିଛିଡା ହେଉଛି.

ଏହି ଗାଁ ପାଖରେ କାଶବାଶ ନଦୀ ଥିବାରୁ ଲୋକଙ୍କ ଜମି ଓ ଘର ନଷ୍ଟ ହେଉଛି. ଗାଁରେ ବିଦୁତ ତାର ପାଖରେ ଥିବାରୁ ଲୋକ ଠୁ ଛୁଆ ସବୁ ଲୋକ ବିପଦରେ ରହୁଛନ୍ତି. ଏହି ଗାଁକୁ ସରକାରୀ ସାହାଯ୍ୟ ପାଇଁ ଗାଁ ଲୋକେ ନିବେଦନ କରିବା ସହ ଏସଏଚଜି ମା ମାନେ ଗୁହାରି କରୁଛନ୍ତି.

Spread the love