ଆର ପାରିରେ ସିଡିଏସ ବିପିନ ରାଓ୍ଵତ, ହେଲିକପ୍ଟର ଦୁର୍ଘଟଣାରେ ହୋଇଥିଲେ ଶିକାର

ନୂଆଦିଲ୍ଲୀ ୦୮/୧୨ : ସିଡିଏସ ବିପିନ ରାଓ୍ଵତଙ୍କ ହେଲିକପ୍ଟର କ୍ରାସ ଘଟଣାରେ ୧୪ ଜଣଙ୍କ ମଧ୍ୟରୁ ୧୩ ଜଣକ ମୃତ୍ୟୁ ହୋଇଥିବା ଖବର ମିଳିଛି। ଆଉ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାମିଲନାଡୁରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ସିଡିଏସ ଜେନେରାଲ ବିପିନ ରାବତଙ୍କ ମଧ୍ୟ ଦେହାନ୍ତ ହୋଇଛି।ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆସନ୍ତାକାଲି ସଂସଦରେ ଘଟଣା ଉପରେ ବିବୃତି ରଖିବେ। ୱିଙ୍ଗ କମାଣ୍ଡର ପୃଥ୍ବୀ ସିଂହ ଚୌହାନ Mi-17V5 ର ପାଇଲଟ ଥିଲେ ଯିଏ ସିଡିଏସ ବିପିନ ରାୱତଙ୍କ ସହ ୧୪ ଜଣଙ୍କ ସହ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ସେ ୧୦୯ ହେଲିକପ୍ଟର ୟୁନିଟର କାମାଣ୍ଡିଙ୍ଗ ଅଫିସର ଥିଲେ।

Spread the love