କେବଳ ବିପିନ ରାଓ୍ଵତ ନୁହନ୍ତି, ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଏହି ସବୁ ବିଶିଷ୍ଟ ବ୍ୟକ୍ତି

ନୂଆଦିଲ୍ଲୀ ୦୮।୧୨: ତାମିଲନାଡୁର କୁନ୍ନୁରରେ ବୁଧବାର ସେନାର  ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ହେଲିକପ୍ଟରରେ ସିଡିଏସ ବିପିନ ରାଓ୍ଵତ ଏବଂ ତାଙ୍କ ପତ୍ନୀଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ହେଲିକପ୍ଟର ଦୁର୍ଘଟଣା କାରଣ ଜାଣିବା ପାଇଁ ବିଚାର ବିଭାଗୀୟ ତଦନ୍ତ ଆଦେଶ ଦିଆଯାଇଛି। ଏହା ପ୍ରଥମ ଦୁର୍ଘଟଣା ନୁହେଁ ଯେଉଁଠି କୌଣସି ବଡ ହସ୍ତୀଙ୍କ ବିମାନ ଦୁର୍ଘଟଣାରେ ପ୍ରାଣହାନୀ ଘଟିଛି। ଏହା ପୂର୍ବରୁ ମଧ୍ୟ ଅନେକ ବଡ ବଡ ରାଜନେତାଙ୍କ ବିମାନ ଦୁର୍ଘଟଣାର ଶିକାର ହୋଇଛନ୍ତି। ଆସନ୍ତୁ ଜାଣିବା ଏହା ପୂର୍ବରୁ ଘଟିଥିବା ବିମାନ ଦୁର୍ଘଟଣାରେ କେଉଁ ରାଜନେତାଙ୍କ ପ୍ରାଣହାନୀ ଘଟିଛି।

ଓ୍ଵାଇଏସ୍ ରାଜଶେଖର ରେଡ୍ଡୀ

୨୦୦୯ରେ ରୁଦ୍ରକୋଣ୍ଡା ପାହାଡରେ ଏକ ହେଲିକପ୍ଟର ଦୁର୍ଘଟଣାରେ ଆନ୍ଧ୍ର ପ୍ରଦେଶର ଦୁଇ ଥରର ମୁଖ୍ୟମନ୍ତ୍ରୀ ଓ୍ଵାଇଏସ୍ ରାଜଶେଖର ରେଡ୍ଡୀଙ୍କ ମୃତ୍ୟୁ ହୋଇଥିଲା। ରେଡ୍ଡୀ କଂଗ୍ରେସର ସବୁଠୁ ବଡ ଚେହେରା ମଧ୍ୟରୁ ଏକ ଥିଲେ। ସେ ୨୦୦୯ରେ ପାର୍ଟିକୁ କ୍ଷମତାସୀନ କରାଇବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।

ମାଧବରାଓ ସିନ୍ଧିଆ

୨୦୦୧ ସେପ୍ଟେମ୍ବରରେ ବରିଷ୍ଠ କଂଗ୍ରେସ ନେତା ମାଧବରାଓ ସିନ୍ଧିଆଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ସିନ୍ଧିଆ ଓ ଅନ୍ୟ ଛଅ ଜଣଙ୍କୁ ଧରି ଯାଉଥିବା ଏକ ଘରୋଇ ବିମାନ ୟୁପିର ମେନପୁରୀ  ଜିଲ୍ଲାର ବାହ୍ୟ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଜିଏମ ସି ବାଲଯୋଗୀ

ଲୋକସଭାର ବାଚସ୍ପତି ରହିଥିବା ଜିଏମସି ବାଲଯୋଗୀଙ୍କ ୨୦୦୨ ମାର୍ଚ୍ଚ ୩ରେ ଆନ୍ଧ୍ର ପ୍ରଦେଶର କୃଷ୍ଣା ଜିଲ୍ଲାର କାକଲୁରରେ ଏକ  ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା।  ବାଲଯୋଗୀ ୧୯୯୮ରେ ଲୋକସଭାର ବାଚସ୍ପତି ଥିଲେ। ସେ ୧୯୯୯ରେ ପୁଣି ୧୩ତମ ଲୋକସଭାର ବାଚସ୍ପତି ହୋଇଥିଲେ।

ମୋହନ କୁମାରମଙ୍ଗଲମ

କଂଗ୍ରେସ ନେତା ମୋହନ କୁମାର ମଙ୍ଗଲମଙ୍କ ୧୯୭୩ରେ ନୂଆଦିଲ୍ଲୀ ନିକଟସ୍ଥ ଇଣ୍ଡିଆନ ଏୟାରଲାଇନ୍ସର  ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା।

ଓମ ପ୍ରକାଶ ସିଂହ

ହରିୟାଣାର ତତ୍କାଳୀନ  ବିଜୁଳି ମନ୍ତ୍ରୀ ଓ ପ୍ରସିଦ୍ଧ ବ୍ୟବସାୟୀ ଓପି ଜିନ୍ଦଲଙ୍କ ୨୦୦୫ ଉତ୍ତର ପ୍ରଦେଶର ସହାରନପୁର ନିକଟରେ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଜିନ୍ଦଲ ୧୯୯୬ରୁ ୧୯୯୭ ପର୍ଯ୍ୟନ୍ତ ଖାଦ୍ୟ ଓ ସାର୍ବଜନୀନ ବିତରଣ ସମିତିର ସଦସ୍ୟ ମଧ୍ୟ ଥିଲେ।

ଡେରା ନାଟୁଙ୍ଗ

ଅରୁଣାଚଳ ପ୍ରଦେଶର ଶିକ୍ଷା ମନ୍ତ୍ରୀ ନାଟୁଙ୍ଗଙ୍କ ୨୦୦୧ ମେରେ ଏକ ହେଲିକପ୍ଟରରେ ପ୍ରାଣହାନୀ ଘଟିଥିଲା। ସେ ରାଜ୍ୟରେ ଏକଲବ୍ୟ ମୋଡେଲ୍  ଆବାସୀୟ ବିଦ୍ୟାଳୟ ମୋଡେଲ୍ ଆରମ୍ଭ କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।

ସୁରେନ୍ଦ୍ର ନାଥ

ପଞ୍ଜାବର ରାଜ୍ୟପାଳ ସୁରେନ୍ଦ୍ର ନାଥ ଏବଂ ତାଙ୍କ ପରିବାରର ୯ ଜଣ ସଦସ୍ୟଙ୍କ  ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ସରକାରଙ୍କ ବିମାନ ୧୯୯୪ ଜୁଲାଇ ୯ରେ ହିମାଚଳ ପ୍ରଦେଶରେ ଖରାପ ପାଣିପାଗରେ ଉଚ୍ଚ ପାହାଡରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସୁରେନ୍ଦ୍ର ନାଥ ସେହି ସମୟରେ ହିମାଚଳ ପ୍ରଦେଶର କାର୍ଯ୍ୟକାରୀ ରାଜ୍ୟପାଳ ଥଲେ।

ସଞ୍ଜୟ ଗାନ୍ଧୀ

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସାନ ପୁଅ ସଞ୍ଜୟ ଗାନ୍ଧୀଙ୍କ ୧୯୮୦ ଜୁନରେ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା।

Spread the love