ଆଜିଠୁ ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଶାରଦୀୟ ପୂଜାବିଧି ଆରମ୍ଭ

ଯାଜପୁର, ୨୮/୦୯: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଶାରଦୀୟ ପୂଜା ଉତ୍ସବ ଆଜିଠୁ ଆରମ୍ଭ ହୋଇଛି । ବ୍ରହ୍ମାକୁଣ୍ଡରେ ଘଟ ପୂଜା ପରେ ଯଥାରୀତି ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ଆଜିଠାରୁ ମା ବିରଜାଙ୍କ ପୀଠରେ ଷୋହଳ କଳସ ସ୍ଥାପନ ପାଇଁ ଷୋଡଶ ଉପଚାର ଆରମ୍ଭ ହୋଇଥାଏ ।

ମନ୍ଦିରରୁ ବିରାଟ ପଟୁଆରାରେ ମାଙ୍କ ଘଟ ବ୍ରହ୍ମାକୁଣ୍ଡ ଯାଇଥାଏ । ସେଠାରେ ଘଟ ନିମଗ୍ନ ପରେ ଷୋହଳ କଳସରୁ ପ୍ରଥମ କଳସ ଆଜି ସ୍ଥାପନ ହୋଇଥାଏ । ତେବେ ମା ବିରଜା ମହିଷାସୁରକୁ ବଧ କରିବା ପାଇଁ ବ୍ରହ୍ମାକୁଣ୍ଡରୁ ଜାତ ହୋଇଥିବାରୁ ଏହି ପରମ୍ପରାରେ ପ୍ରତ୍ୟେକ ବର୍ଷ ପୂଜାବିଧି ହୋଇଥାଏ ।

Spread the love