ବିରଜା ପୀଠରେ ଚାଲିଛି ମହାମାୟାଙ୍କ ଷୋଡଶ ପୂଜା

ଯାଜପୁର ୦୧/୧୦: ମା’ ବିରଜା ଦେବୀଙ୍କ ଷୋଡଶ ଉପଚାର ପୂଜା ଚାଲିଥିବା ବେଳେ ନଵଦିନାତ୍ମକ ପୂଜା ଚାଲିଛି । ନଵଦିନାତ୍ମକର ଆଜି ହେଉଛି ସପ୍ତମୀ ପୂଜା । ସପ୍ତମୀ ପୂଜାରେ ମାଙ୍କ ପାଦ ସ୍ପର୍ଶ ସହ ମୁଖ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଛି ।

ଗତକାଲି ଓ ଆଜିର ପୂଜା କାର୍ଯ୍ୟକୁ ୧୦ ଜଣ ପୁରୋଧା ନିୟମିତ ଭାବେ ସଂପାଦନ କରୁଛନ୍ତି । ଟାଉନ୍ ଥାନାର ଅଧିକାରୀ ଅଜୟ କୁମାର ଜେନାଙ୍କ ନେତୃତ୍ୱରେ ପୁଲିସ କର୍ମଚାରୀ ରଥଯାତ୍ରାକୁ ପରିଚାଳନା କରୁଥିବା ବେଳେ ରାତିରେ ବି ପହଡ଼ ଖୋଲା ରହିବାକୁ ଭକ୍ତମାନେ ମନ୍ଦିରକୁ ପ୍ରବେଶ କରୁଥିବାରୁ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି ।

Spread the love