ପ୍ରଥମ ଥର ପାଇଁ ଷ୍ଟାଡିୟମରେ ଝିଅ ଭାମିକାକୁ ଦେଖି ଖୁସିରେ ଆତ୍ମହରା ହେଲେ କୋହଲି

ନୂଆଦିଲ୍ଳୀ ୩୧।୧୨ : ୨୦୨୧ ବର୍ଷଟି ଭାରତୀୟ ଟେଷ୍ଟ ଦଳ ପାଇଁ ସ୍ମରଣୀୟ ଅଟେ । ଟେଷ୍ଟ ସିରିଜ୍‌ ଆରମ୍ଭରୁ ଭାରତ ଅଷ୍ଟ୍ରେଲିଆକୁ ନିଜ ମାଟିରେ ପରାସ୍ତ କରିଛି । ବର୍ଷ ଶେଷ ଆଡକୁ ସେଞ୍ଚୁରିୟନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୧୧୩ ରନ୍‌ରେ ପରାସ୍ତ କରିଛି ଭାରତ। ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ସେଞ୍ଚୁରିୟନରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚ ଜିତିବାରେ ଟିମ ଇଣ୍ଡିଆ ଏସିଆର ପ୍ରଥମ ଦଳ ହୋଇପାରିଛି। ଟିମ ଇଣ୍ଡିଆର ଏହି ବିଜୟ ପରେ ଅଧିନାୟକ ବିରାଟ କୋହଲି ତାଙ୍କ ଝିଅକୁ ଦେଖି ଖୁବ୍‌ ଖୁସି ଥିବା ଦେଖିବାକୁ ମିଳିଥିଲା ।

ଏହି ବିଜୟରେ ପରେ କୋହଲିଙ୍କ ମ୍ୟାଚ୍‌ ବେଳେ ପ୍ରଥମ ଥର ପାଇଁ ଷ୍ଟାଡିୟମରେ ଉପସ୍ଥିତ ତାଙ୍କ ଝିଅ ଭାମିକାଙ୍କୁ ଦେଖିବାବାକୁ ମିଳିଥିଲା । ପରେ ବିରାଟ କୋହଲି ଯେପରି ଖୁସିରେ ହାତ ଠାରି ଡାକିଥିଲେ। ଏହି ସମୟରେ ବିରାଟଙ୍କ ଭିଡିଓ ସୋସିଆଲ ମିଡିଆରେ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ବିରାଟ କୋହଲି ଜିତିବା ପରେ ପଡ଼ିଆରୁ ଫେରୁଥିବାବେଳେ ସେ ତାଙ୍କ ଝିଅ ଏବଂ ସ୍ତ୍ରୀଙ୍କ ଆଡକୁ ହାତ ବୁଲାଇ  ଚିତ୍କାର କରି ଉତ୍ସାହ ସହିତ ଡାକିଥିଲେ।

ଏହାପୂର୍ବରୁ କୌଣସି ଭାରତୀୟ ଅଧିନାୟକ ଦକ୍ଷିଣ ଆଫ୍ରିକା ମାଟିରେ ଗୋଟିଏରୁ ଅଧିକ ଟେଷ୍ଟ ମ୍ୟାଚ ଜିତି ନ ଥିଲେ। କୋହଲିଙ୍କ ପୂର୍ବରୁ ଭାରତ ଦକ୍ଷିଣ ଆଫ୍ରିକାରେ ମହେନ୍ଦ୍ର ସିଂ ଧୋନୀ ଏବଂ ରାହୁଲ ଦ୍ରାବିଡଙ୍କ ଅଧିନାୟକତ୍ୱରେ ୧-୧ ଟେଷ୍ଟ ମ୍ୟାଚ ଜିତିଥିଲା। ସେଞ୍ଚୁରିୟନରେ ଏହା ଭାରତର ପ୍ରଥମ ଟେଷ୍ଟ ବିଜୟ ଥିଲା।

Spread the love