ଚନ୍ଦକା ଅଭୟାରଣ୍ୟରେ ପକ୍ଷୀ ଗଣନା ଆରମ୍ଭ

ବାରଙ୍ଗ : ଚନ୍ଦକା ଅଭୟାରଣ୍ୟର ଜଙ୍ଗଲ  ଅଂଚଳରେ ଥିବା ସନ୍ତସନ୍ତିଆ ଆଦ୍ରଭୂମୀ  ଓ ଜଳାଶୟରେ ପକ୍ଷୀଗଣନା ଆରମ୍ଭ ହୋଇଛି । ଏହି ଅଭିଯାନରେ ୧୨ ଜଣିଆ ଟିମ୍ ରହିଥିବା ବେଳେ ଏଥିରେ ପକ୍ଷୀ  ବିଶେଷଜ୍ଞ, ବନ ଅଧିକାରୀ ଓ ବନ କର୍ମଚାରୀ  ସାମିଲ ହୋଇ ଅଭୟାରଣ୍ୟରେ ଥିବା ବିଭିନ୍ନ ଜଳାଶୟ   ବୁଲାବୁଲି କରି ପ୍ରାୟ ୩୨ ପ୍ରଜାତିର ଦେଶୀ ଓ  ବିଦେଶୀ ପକ୍ଷୀଙ୍କୁ ଚିହ୍ନଟ କରିଛନ୍ତି । ଗୁରୁବାର  ସକାଳୁ ଟିମ୍  ବାହାରି  ଚନ୍ଦକା ରେଞ୍ଜ, ହଳଦିଆ ରେଞ୍ଜ, ଡ଼ମପଡା ରେଞ୍ଜ, ଭୁବନେଶ୍ବର ଭରତପୁର ରେଞ୍ଜ ଅଞ୍ଚଳରେ ପକ୍ଷୀଗଣନା ଜାରି ରହିଛି । ମହାନଦୀ ପଠା, ପାଥପୁରପାଟ, ବାରଙ୍ଗ ଅଞ୍ଚଳ ପୁରୀ କେନାଲ, ବାରିମିଆ ପୋଖରୀ, କଜଳା ଗଣ୍ଡ, ଆଦି ବିଭିନ୍ନ ବଡ଼ବଡ଼ ୨୭ଟି ଜଳାଶୟ ଅଞ୍ଚଳରେ ପକ୍ଷୀଗଣନା କାର୍ଯ୍ୟକ୍ରମ କରାଯିବାର ଯୋଜନା ହୋଇଯାଇଛି ।

Spread the love