ଜାନୁଆରୀ ୭ ତାରିଖରୁ ହୀରାକୁଦରେ ଆରମ୍ଭ ହେବ ପକ୍ଷୀ ଗଣନା

ସମ୍ବଲପୁର ୧୦।୧୨: ଆସନ୍ତା ଜାନୁଆରୀ ୭ ତାରିଖରେ ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହେବ ପକ୍ଷୀ ଗଣନା । ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଡିଏଫଓ ଅଂଶୁପ୍ରଜ୍ଞା ଦାଶ ସୂଚନା ଦେଇଛନ୍ତି । ଏନେଇ ବନ କର୍ମଚାରୀଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ତାଲିମ ଦିଆଯାଇଛି ।

ଏଥର ପକ୍ଷୀ ଗଣନାରେ ଅନ୍ୟବର୍ଷ ପରି ଝାରସୁଗୁଡା, ବରଗଡ ବନ୍ୟ ଡିଭିଜନର କର୍ମଚାରୀ ସାମିଲ ହେବେ । ଭୋରରୁ ମୋଟର ବୋଟ ସାହାଯ୍ୟରେ କର୍ମଚାରୀ, ବିଶେଷଜ୍ଞ ବିସ୍ତିର୍ଣ୍ଣ ଜଳଭଣ୍ଡାରକୁ ପ୍ରବେଶ କରିବା ସହ ପକ୍ଷୀ ଗଣନା କରିବେ ।

ଚଳିତ ବର୍ଷ ଢେର ଦିନ ହେଲା ବିଦେଶୀ ପକ୍ଷୀ ଆସି ବିଚରଣ କରୁଥିବା ନଜର ଆସିଛି । ତେବେ ଜଳଭଣ୍ଡାରର ଝାରସୁଗୁଡା, ବରଗଡ ସୀମା ତଥା ପାଓ୍ବାର କେନାଲ, ମହାନଦୀ କଡ, ଦୁଇ ବଡ କେନାଲ ଅଂଚଳରେ ଏହି ଗଣନା କରାଯିବ । ତେବେ ଚଳିତ ଥର ମଧ୍ୟ ୯୦ରୁ ଉର୍ଦ୍ଧ୍ବ ପ୍ରଜାତିର ଲକ୍ଷାଧିକ ପକ୍ଷୀ ଆସିବାର ସମ୍ଭାବନା ରହିଛି । ଏହାସହ କିଛି ନୂଆ ପ୍ରଜାତିର ପକ୍ଷୀ ଆସିବାର ସମ୍ଭାବନା ଥିବା ଡିଏଫଓ କହିଛନ୍ତି ।

Spread the love