ରାଜ୍ୟରେ ପକ୍ଷୀଗଣନା ଆରମ୍ଭ, 11ରେ ଶେଷ

ସାରା ରାଜ୍ୟର  ବନଖଣ୍ଡ ଓ ଜଳାଶୟରେ ଶୁକ୍ରବାର ଠାରୁ ପକ୍ଷୀଗଣନା  ଆରମ୍ଭ ହୋଇଛି। ଏହି ପକ୍ଷୀ ଗଣନା କାମରେ 25 ଟି ସ୍ୱତନ୍ତ୍ର ଟିମ ନିୟୋଜିତ ହୋଇଥିବାବେଳେ ସେମାନଙ୍କୁ 1000ରୁ ଅଧିକ ସଦସ୍ୟ ସହଯୋଗ କରୁଛନ୍ତି । ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟରେ କେବଳ 10ଟି ଟିମ ନିୟୋଜିତ ହୋଇଥିବାବେଳେ ମହାନଦୀର ବିଭିନ୍ନ ସ୍ଥାନରେ ଦେଖାଯାଉଥିବା ପକ୍ଷୀମାନଙ୍କର ଗଣନା ଜାରି ରହିଛି ।

ସେହିପରି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ସଂଲଗ୍ନ ଅଞ୍ଚଳରେ ପକ୍ଷୀଗଣନା ଜାରି ରହିଛି । ଆଜି କେବଳ ପକ୍ଷୀଗଣନା ଚାଲିଥିବା ବେଳେ ଚଳିତ ମାସ 9 ତାରିଖ ଠାରୁ କୁମ୍ଭୀର ଗଣନା ଆରମ୍ଭ ହେବ । ଏହା ଜାନୁଆରୀ 11ରେ ଶେଷ ହେବ ।  ସୂଚନାଯୋଗ୍ୟ ଏବେ ଶୀତଋତୁ ଥିବାରୁ ଚିଲିକା, ଅଂଶୁପା ସମେତ ଅନ୍ୟ ଜଳାଶୟ ମାନଙ୍କରେ ଉଭୟ ଦେଶୀ ଓ ବିଦେଶ ପକ୍ଷୀମାନଙ୍କର ସମାଗମ ହେଉଛି । ଏହାକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ଏହି ପକ୍ଷୀ ଗଣନା କରାଯାଉଛି ।

Spread the love