ଆର୍ଯ୍ୟନଙ୍କୁ ବଡେ ମିଆଁର ବିରିୟାନୀ ଖୁଆଇଲା ଏନସିବି

ମୁମ୍ବାଇ ୦୬/୧୦ : କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଏନସିବି କଷ୍ଟଡିରେ ଅଛନ୍ତି। ଏନସିବି ଆର୍ଯ୍ୟନଙ୍କ ପାଇଁ ମୁମ୍ବାଇର ପ୍ରସିଦ୍ଧ ରେଷ୍ଟୁରାଣ୍ଟ ବଡେ ମିଆଁରୁ ବିରିୟାନୀ ମଗାଇଥିଲା। ମୁମ୍ବାଇରେ ଏହି ରେଷ୍ଟୁରାଣ୍ଟ ବଲିଉଡ ତାରକାଙ୍କ ମଧ୍ୟରେ ବହୁତ ଲୋକପ୍ରିୟ। ଏଠାରେ ଅଧିକାଂଶ ସମୟରେ ବଲିଉଡ ତାରକାଙ୍କ ଗାଡି ନଜର ଆସେ। କିଛି ସେଲିବ୍ରିଟି ବିରିୟାନୀ ମଗାଇ କାରରେ ହିଁ ତାର ମଜା ନିଅନ୍ତି।

ବଡେମିଆଁ ରେଷ୍ଟୁରାଣ୍ଟ ପ୍ରାଇଭେସି ପ୍ରତି ମଧ୍ୟ ବହୁତ ଧ୍ୟାନ ରଖେ। ରେଷ୍ଟୁରାଣ୍ଟ ମାଲିକ ମଧ୍ୟରୁ ଜଣେ ସଲମାନ ଶେଖ କହିଛନ୍ତି ଯେ ଯେତେ ସେଲିବ୍ରିଟି ଆସନ୍ତି ସେମାନଙ୍କର କେବେ ହିସାବ ରଖାଯାଏ ନାହିଁ। ସେ କହିଛନ୍ତି ଯେ ସେମାନେ ସେଲିବ୍ରିଟିଙ୍କୁ ଅସହଜ ଅନୁଭବ କରିବାକୁ ଦିଅନ୍ତିନି ଏବଂ ପ୍ରାଇଭେସି ମେଣ୍ଟେନ କରନ୍ତି। ଶାହରୁଖ, ସଲମାନଙ୍କଠୁ ଆରମ୍ଭ କରି ଅନେକ ସେଲିବ୍ରିଟି ଏଠାକୁ ବିରିୟାନୀ ଓ କବାବ ଚାଖିବାକୁ ଆସିଥାନ୍ତି। 

ତେବେ ଏଠାକାର ବିରିୟାନୀ ଏତେ ସ୍ୱାଦିଷ୍ଟ କାହିଁକି ? ପଚାରିବାରୁ ରେଷ୍ଟୁରାଣ୍ଟ ସଞ୍ଚାଳକ କହିଛନ୍ତି ଯେ ଏହାକୁ ପାରମ୍ପରିକ ତରିକାରେ ଦମ ଦେଇ କମ ଆଞ୍ଚରେ କୋଇଲାରେ ତିଆରି କରାଯାଏ। ତେବେ ମସଲାରେ କଣ କଣ ବ୍ୟବହାର କରାଯାଏ ସେ ସମ୍ପର୍କରେ ସେ ଖୁଲାସା କରିନାହାନ୍ତି।

ଆର୍ଯ୍ୟନଙ୍କୁ ବଡେମିଆଁ ବିରିୟାନୀ ପରଷିବା ପଛରେ ଏକ ବଡ କାରଣ ହେଲା ଏହା ଏନସିବି କାର୍ଯ୍ୟାଳୟ ନିକଟରେ ଅଛି। ଏହାର ବିରିୟାନୀ ଓ କବାବ ମଧ୍ୟ ବହୁତ ସ୍ୱାଦିଷ୍ଟ।

୧୯୪୬ ମସିହାରେ ମହମ୍ମଦ ୟାସିନ ଶେଖ ଏକ ଛୋଟ ଠେଲାରୁ ବ୍ୟବସାୟ ଆରମ୍ଭ କରିଥିଲେ। ବର୍ତ୍ତମାନ ଶେଖଙ୍କ ପରିବାରର ତୃତୀୟ ପିଢ଼ି ଏହି ବ୍ୟବସାୟ ଚଲାଉଛନ୍ତି। ଏହାର ୩ଟି ଆଉଟଲେଟ ଅଛି, କୋଲାବା, ଫୋର୍ଟ ଓ ବାନ୍ଦ୍ରାରେ। ୩ଟି ଯାକ ଲୋକେସନ VVIP । ୩ଟି ଯାକ ଆଉଟଲେଟ ଷ୍ଟ୍ରିଟଫୁଡ ପାଇଁ ସେଲିବ୍ରିଟିଙ୍କ ପାଇଁ ପ୍ରିୟ।

Spread the love