ଜାଣନ୍ତୁ ଜନ୍ମବାର ଅନୁସାରେ ବ୍ୟକ୍ତିଙ୍କ ସ୍ୱଭାବ

ଆସନ୍ତୁ ଜାଣିବା ଜନ୍ମବାର ଅନୁସାରେ କିଭଳି ରହେ ବ୍ୟକ୍ତିଙ୍କ ସ୍ୱଭାବ ….

ରବିବାର – ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ବା ମହିଳା ନିଜ ସ୍ୱାସ୍ଥ୍ୟ ଉପରେ ଯତ୍ନ ନନେବା ଦ୍ୱାରା ରୋଗଗ୍ରସ୍ତ ହୋଇଥାଆନ୍ତି। କଷ୍ଟ କରି ଜୀବନରେ ସଫଳତା ପାଇଥାଆନ୍ତି।

ସୋମବାର – ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ବା ମହିଳା ମନୁଆ (ମୁଡ୍ଡି ) ସ୍ୱଭାବର ଅଟନ୍ତି। ବିବାହପରେ ଏମାନଙ୍କ ଭାଗ୍ୟରେ ଅଧିକ ସଫଳତା ମିଳିଥାଏ। ନିଜ ସମ୍ପର୍କ ପ୍ରତି ଏମାନେ ଖୁବ ଯତ୍ନବାନ ଅଟନ୍ତି।

ମଙ୍ଗଳବାର – ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ବା ମହିଳା କ୍ରୋଧି ଅଟନ୍ତି। ପିଲାବେଳେ ରୋଗଗ୍ରସ୍ତ ରହିଥାଆନ୍ତି। ଖଳ ପ୍ରକୃତିର ଲୋକଙ୍କ ଠାରୁ ଏମାନେ ନିଜକୁ ଦୂରେଇ ରଖିବା ଉଚିତ।

ବୁଧବାର – ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ବା ମହିଳା ଧନବାନ ଅଟନ୍ତି। ମାତ୍ର ନିଜର ଅଂହକାରକୁ ନିୟନ୍ତ୍ରଣ ରଖିବା ଦ୍ୱାରା ଏଭଳି ବ୍ୟକ୍ତି ଅଧିକ ସଫଳତା ପାଇଥାଆନ୍ତି।

ଗୁରୁବାର – ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ବା ମହିଳା ଭାଗ୍ୟଶାଳୀ ଅଟନ୍ତି। ଏମାନଙ୍କୁ ଖୁବ ମାନସମ୍ମାନ ମିଳିଥାଏ। ଅନ୍ୟମାନଙ୍କୁ ଅନ୍ଧ ଭଳି ବିଶ୍ୱାସ କରନ୍ତୁ ନାହିଁ।

ଶୁକ୍ରବାର – ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ବା ମହିଳା ଆଧ୍ୟାତ୍ମିକ ସ୍ୱଭାବର ଅଟନ୍ତି। ଭଗବାନଙ୍କ ବିଶେଷ କୃପା ଏମାନଙ୍କ ଉପରେ ଥାଏ। ଏମାନେ କାର୍ୟ୍ୟରେ ଅବହେଳା କରିବା ଉଚିତ ନୁହେଁ।

ଶନିବାର – ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ବା ମହିଳା ଜୀବନରେ ବହୁ ବାଧାବିଘ୍ନ ଅତିକ୍ରମ କରି ସଫଳତା ପାଇପାରିଥାଆନ୍ତି।

Spread the love