ଚଳନ୍ତା ଟ୍ରେନରେ ଜନ୍ମଦିନ ପାଳନ କରି ଉପହାର ଦେବ IRCTC

ନୂଆଦିଲ୍ଲୀ ୩୧/୦୮: ଯଦି ଆପଣ ରେଳ ଯୋଗେ ଯାତ୍ରା କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର । ରେଳ ଯାତ୍ରୀଙ୍କ ପାଇଁ ତେଜସ୍ ଏକ୍ସପ୍ରେସ ଆଣିଛି ସ୍ୱତନ୍ତ୍ର ଅଫର । ଏଣିକି ଆପଣ ଚଳନ୍ତା ଟ୍ରେନରେ ପାଳନ କରିପାରିବ ଜନ୍ମଦିନ । ବାସ୍ତବରେ, ତେଜସ୍ ଯାତ୍ରୀମାନେ ଲକି ଡ୍ର ମାଧ୍ୟମରେ ପୁରସ୍କାର ଜିତିପାରିବେ । ଏଥିପାଇଁ ଆପଣଙ୍କୁ କିଛି କରିବାର ଆବଶ୍ୟକତା ନାହିଁ ।

ଟିକେଟ୍ କିଣିବା ମାତ୍ରେ ପୁରସ୍କାର ଜିତିବାର ସମ୍ଭାବନା ରହିଛି । IRCTC ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ତେଜସ୍ ଏକ୍ସପ୍ରେସର ଏହି ଅଫର ବିଷୟରେ ସୂଚନା ଦେଇଛି । ତେଜାସ୍ ଏକ୍ସପ୍ରେସ୍ ଏହାର ଯାତ୍ରୀମାନଙ୍କ ପାଇଁ ଲକି ଡ୍ର ସ୍କିମ୍ ଆରମ୍ଭ କରିଛି । ଏହା ଅଧୀନରେ ଅଗଷ୍ଟ ୨୭ ରୁ ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ଟିକେଟ ବୁକ କଲେ ଏହି ଉପହାର ସବୁ ଉପଲବ୍ଧ ହେବ ।

Spread the love