ଭାଲେଣ୍ଟାଇନ୍ ଡେ’ ପାଳିବାକୁ ପୁରୀ ଆସିଥିଲେ ପ୍ରେମୀଯୁଗଳ, ଝଗଡା ହେବାରୁ କଫ୍ ସିରପ୍ ପିଇଲେ ପ୍ରେମିକା

ପୁରୀ ୧୦।୨: ଆଉ ପିଇବିନି ଧନ, ବଞ୍ଚେଇ ଦେ ମତେ… ମରିଯିବି କାଳେ ଧରିପକା ମତେ… ଭାଲେଣ୍ଟାଇନ୍ ସପ୍ତାହ କାଟିବା ପାଇଁ ତାଳଚେରରୁ ପୁରୀ ଆସି ଏକ ହୋଟେଲରେ ରହିଥିଲେ ପ୍ରେମୀଯୁଗଳ । କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହେବାରୁ ପ୍ରେମିକା ଜଣକ କଫ୍ ସିରପ୍ ପିଇ ଦେଇଥିଲେ । ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଅସୁସ୍ଥ ଅବସ୍ଥାରେ ଚିକିତ୍ସା ପାଇଁ ପ୍ରେମିକାକୁ ପ୍ରେମିକ ଜଣଙ୍କ ହସପିଟାଲରେ ଆଣି ଭର୍ତ୍ତି କରିଛନ୍ତି । ଚିକିତ୍ସା ପରେ ପ୍ରେମିକାର ସ୍ବାସ୍ଥ୍ୟବସ୍ଥା ଠିକ୍ ଥିବାବେଳେ କାଳେ କ’ଣ ହୋଇଯିବ ସେହି ଭୟରେ ପ୍ରେମିକକୁ ଜାବୁଡି ଧରିଥିଲେ ପ୍ରେମିକା। ଆଉ କହୁଥିଲେ, ଆଉ ପିଇବିନି ଧନ, ବଞ୍ଚେଇ ଦେ ମତେ… ମରିଯିବି କାଳେ ଧରିପକା ମତେ ।

ତେବେ ଭାଲେଣ୍ଟାଇନ୍ ସପ୍ତାହ ପାଳିବାକୁ ଏହି ଦୁଇ ପ୍ରେମୀଯୁଗଳ ପୁରୀ ଆସିଥିବା ବେଳେ ପ୍ରଥମେ ରୋଜ୍ ଡେ’ ଓ ବୁଧବାର ପ୍ରପୋଜ ଡେ’ ପାଳିଥିଲେ । ଶୁକ୍ରବାର ଶ୍ରୀମନ୍ଦିରଠାରେ ପ୍ରୋମିଜ୍ ଡେ’ ପାଳି ତାଳଚେର ଫେରିଥାନ୍ତେ। କିନ୍ତୁ ବୁଧବାର କୌଣସି କାରଣକୁ ନେଇ ପ୍ରେମୀଯୁଗଳଙ୍କ ମଧ୍ୟରେ ଝଗଡା ହୋଇଥିଲା । ଫଳରେ ପ୍ରେମିକା ଜଣକ କଫସିରପ୍ ପିଇ ହସ୍ପିଟାଲରେ ପ୍ରେମିକକୁ ନାକେଦମ କରିଥିଲେ।

Spread the love