ବିଷାକ୍ତ ଗ୍ୟାସ ଲିକ : ଚାଲୁଚାଲୁ ବେହୋସ ହୋଇ ପଡିଯାଉଛନ୍ତି ଲୋକେ, ଦେଖନ୍ତୁ ଭିଡ଼ିଓ

ବିଶାଖାପାଟନମ୍ ୭।୫ : ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ସ୍ଥିତ ବିଶାଖା ଏଲଜି ପଲିମର କମ୍ପାନୀରୁ ଗ୍ୟାସ୍ ଲିକ୍ ହୋଇ ୮ ଜଣଙ୍କ ମୃତ୍ୟୁ ହୋଇଛି । ପ୍ରାୟ ୫ ହଜାର ଲୋକ ଏହି ଗ୍ୟାସ୍ ଯୋଗୁଁ ଅସୁସ୍ଥ ହୋଇଛନ୍ତି । ଗୁରୁବାର ଭୋର ୩ଟା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଏହାକୁ ନେଇ ସାରା ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟ ପ୍ରଶାସନ ଏବଂ ନୌସେନା କାରଖାନା ନିକଟ ଗ୍ରାମଗୁଡିକୁ ସ୍ଥାନାନ୍ତର କରିବାରେ ଲାଗିଛନ୍ତି ।

ସୂଚନାଯୋଗ୍ୟ ଯେ, ବିଶାଖାପାଟନମ୍ ନାଇଡୁକୋଟା ଅଞ୍ଚଳ ଆର.ଆର. ଭେଙ୍କଟାପୁରମ୍‌ରେ ଥିବା ବିଶାଖା ଏଲଜି ପଲିମର କମ୍ପାନୀରୁ ବିପଜ୍ଜନକ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଛି । ଏହି ବିଷାକ୍ତ ଗ୍ୟାସ୍ ଯୋଗୁଁ କାରଖାନାର ପ୍ରାୟ ତିନି କିଲୋମିଟର ବ୍ୟାସାର୍ଦ୍ଧ ପର୍ଯ୍ୟନ୍ତ ପ୍ରଭାବିତ ହୋଇଛି । ସ୍ଥାନୀୟ ଅଞ୍ଚଳରେ ଥିବା ୫ଟି ଗାଁକୁ ଖାଲି କରାଯାଇଛି ।
ଗ୍ୟାସ୍ ଲିକ୍ ଯୋଗୁଁ ୫ଜଣଙ୍କର ମୃତ୍ୟୁ ହେବା ସହ ୨୦ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ବରିଷ୍ଠ ନାଗରିକ ଥିବାବେଳେ ଜଣେ ୮ବର୍ଷର ଶିଶୁ ଅଛନ୍ତି । ପ୍ରାୟ ୫ ହଜାର ଲୋକ ଅସୁସ୍ଥ ହୋଇପଡିଛନ୍ତି । ଲୋକଙ୍କ ମୁଣ୍ଡବିନ୍ଧା, ବାନ୍ତି ଏବଂ ନିଶ୍ବାସ ନେବାରେ ସମସ୍ୟା ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ।

Spread the love