ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ

ଭୁବନେଶ୍ୱର ୧୯।୦୯: ପରଲୋକରେ ବିଧାୟକବିଷ୍ଣୁ ସେଠୀ । ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ବିଷ୍ଣୁ ସେଠୀଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା ।

ଖବର ଅନୁଯାୟୀ, ଗତ କିଛି ଦିନ ହେଲା କୀଡ୍‌ନୀ ରୋଗରେ ପୀଡିତ ଥିଲେ ବିଷ୍ଣ ସେଠୀ । ଏହାପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍‌ସ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାସେ ହେଲା ଏମ୍‌ସ ମେଡିକାଲରେ ବିଷ୍ଣ ସେଠୀଙ୍କ ଚିକିତ୍ସା ଚାଲିଥିଲା । ହେଲେ ସୋମବାର ସକାଳ ସମୟରେ ମେଡିକାଲ ପକ୍ଷରୁ ବିଷ୍ଣ ସେଠୀଙ୍କ ଦେହାନ୍ତ ହୋଇଥିବା ସୂଚନା ଦିଆଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ବିଜେପିର ଦକ୍ଷ ନେତା ଭାବେ ବେଶ୍‌ ଜଣାଶୁଣା ବିଷ୍ଣୁ ସେଠୀ । ପିଲାଦିନୁ ରାଜନୀତି ପ୍ରତି ବିଷ୍ଣୁ ସେଠୀଙ୍କ ବେଶ୍‌ ଆଗ୍ରହ ଥିଲେ । ପରେ ପରେ ବିଜେପିରେ ଯୋଗଦେଇଥିଲେ । ଆଉ ଲାଗିପଡିଥିଲେ ଦଳକୁ ସୁଦୃଢ କରିବାରେ । ୨୦୦୦-୨୦୦୪ ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ ୨୦୦୪ ନିର୍ବାଚନରେ ସେହି ଆସନରୁ ସେ ପରାଜିତ ହୋଇଥିଲା । ପରେ ୨୦୦୬ରେ ଓଡିଶା କାଜୁ ନିଗମର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।

Spread the love