ଉଗାଣ୍ଡାରେ ଭୟଙ୍କର ବିସ୍ଫୋରଣ, ହୋଟେଲରେ ଥିଲେ ଓଡ଼ିଆ ଖେଳାଳି

କାମ୍ପାଲା: ଉଗାଣ୍ଡାରେ ଘଟିଛି ଭୟଙ୍କର ବିସ୍ଫୋରଣ । ରାଜଧାନୀ କାମ୍ପାଲାରେ ଏକ ନିର୍ଦ୍ଧିଷ୍ଟ ସଂଗଠନ ଏହି ବିସ୍ଫୋରଣ ଘଟାଇଥିବା ସୂଚନା । ସବୁଠାରୁ ବଡ଼ କଥା ହେଉଛି, ବିସ୍ଫୋରଣ ଘଟିଥିବା ସ୍ଥାନ ନିକଟରେ ଥିବା ଏକ ହୋଟେଲରେ ଥିଲେ ଓଡ଼ିଆ ଖେଳାଳି । ଏଥି ମଧ୍ୟରେ ରହିଥିଲେ ପାରା ଅଲିମ୍ପିଆନ ପ୍ରମୋଦ ଭଗତ ।

ଏହି ବିସ୍ଫୋରଣ ପଛରେ ଉଗ୍ରବାଦୀ ସଂଗଠନ ଏଡ଼ିଏଫର ହାତ ରହିଥିବା ସନ୍ଦେହ କରାଯାଉଛି । ଏହି ଘଟଣାରେ ତିନି ଜଣ ପୋଲିସ କର୍ମୀ ପ୍ରାଣ ହରାଇଥିବାବେଲେ ୨୦ରୁ ଅଧିକ ଲୋକ ବର୍ତ୍ତମାନ ଗୁରୁତ୍ତର ଆହାତ ହୋଇଛନ୍ତି । ଉଗାଣ୍ଡା ପୋଲିସ ପ୍ରସାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯାଇଛି ।

ସେପଟେ ପାଖ ହୋଟେଲରେ ଥିବା ପାରା ଅଲିମ୍ପିଆନ ପ୍ରମୋଦ ଭଗତ ଘଟଣାସ୍ଥଳର ନିକଟରେ ଥିବା ଜାଣି ନନ୍ଦିଘୋଷ ପକ୍ଷରୁ ତାଙ୍କ ସହ ଯୋଗାଯୋଗ କରାଯାଇଥିଲା । ପ୍ରମୋଦ ନନ୍ଦିଘୋଷ ଟିଭିରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ଏକଦମ ସୁସ୍ଥ ଅଛନ୍ତି । ସେ ଯେଉଁ ହୋଟଲେର ଥିଲେ ସେଠାରେ ବିସ୍ଫୋରଣ ଘଟିନାହିଁ ବଂର କିଛି ଦୂରରେ ଏହା ଘଟିଥିବା କହିଛନ୍ତି ।

ଦୁଇ ଜଣ ଯୁବକ ବାଇକରେ ଆସି ବିସ୍ଫୋରଣ ଘଟାଇଛନ୍ତି । ଯଦ୍ୱାରା ବହୁତ କ୍ଷୟକ୍ଷତି ଘଟିଛି । ଘଟଣାସ୍ଥଳରେ ହିଁ ୩ ଜଣ ପୋଲିସ କର୍ମୀ ସହିଦ ହୋଇଛନ୍ତି । କିନ୍ତୁ ସେଠାରେ ଥିବା ସମସ୍ତ ଓଡ଼ିଆ ଖେଳାଳି ସୁସ୍ଥ ଅଛନ୍ତି । କାହାରି କୌଣସି କ୍ଷତି ଘଟିନାହିଁ ।

Spread the love