ବିଶ୍ଵ ହିନ୍ଦୁ ପରିଷଦର ସ୍ଥାପନା ଦିବସ ଓ ପରମ ପୂଜ୍ୟ ବ୍ରହ୍ମଲିନ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ବଳିଦାନ ଦିବସ

ଭୁବନେଶ୍ୱର : ଭୁବନେଶ୍ୱରସ୍ଥ ପ୍ରଭୁଜୀ ଇଂଗ୍ଲିଶ୍ ମିଡିୟମ ସ୍କୁଲ ପ୍ରାଙ୍ଗଣରେ ବିଶ୍ଵହିନ୍ଦୁ ପରିଷଦ , ଭୁବନେଶ୍ୱର ମହାନଗର ତରଫରୁ ସ୍ଥାପନା ଦିବସ ଓ ପୂ.ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ବଳିଦାନ ଦିବସ ପାଳିତ ହୋଇଯାଉଛି । ଉକ୍ତ ଉତ୍ସବରେ ପୂ.ସ୍ଵାମୀ ଶଙ୍କରାନନ୍ଦ ଗିରି , ସ୍ଵାମୀ ବ୍ରହ୍ମାନନ୍ଦ ସରସ୍ଵତୀ , ସ୍ଵାମୀ ଶ୍ରଦ୍ଧାନନ୍ଦ ସରସ୍ଵତୀ , ରାଧାବଲ୍ଲଭ ମଠର ମହନ୍ତ ରାମକୃଷ୍ଣ ମହାରାଜା ଉତ୍କଳ(ପୂ)ପ୍ରଦେଶର କାର୍ଯ୍ୟାଧ୍ୟକ୍ଷ ମା. ଡ.ନଗେନ ଦେବତା ,ସନ୍ଥ ବିଶେଷ ଚୈତନ୍ୟ ମହାରାଜ ,ଆନନ୍ଦ କୁମାର ପାଣ୍ଡେ (ପ୍ରାନ୍ତ ସଂଗଠନ ମନ୍ତ୍ରୀ,ଓଡ଼ିଶା (ପୂ )) ମଞ୍ଚାସୀନ ହୋଇ କାର୍ଯକ୍ରମ ସମ୍ପର୍ଣ୍ଣ ହୋଇଯାଇଛି ।ଆଜିର ଦିନରେ ୧୯୬୪ ମସିହା ପ. ଜନ୍ମାଷ୍ଟମୀ ଦିନ ବମ୍ବେର ସାନ୍ଦିମନୀ ଆଶ୍ରମରେ ସନ୍ଥ ଓ ବିଭିନ୍ନ ଧର୍ମାଚାର୍ଯ୍ୟ ତଥା ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ବିଶ୍ଵହିନ୍ଦୁ ପରିଷଦର ସ୍ଥାପନା ହୋଇଥିଲା ।ଦୀର୍ଘ ୫୭ ବର୍ଷ ଧରି ନିରନ୍ତର ଭାବରେ ହିନ୍ଦୁମାନଙ୍କ ସେବା କରିଆସୁଛି । ଆଜିର ପୂଣୟ ତିଥିରେ ପୂ .ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ବଳିଦାନ ହୋଇଥିଲା । ଉକ୍ତ କାର୍ଯକ୍ରମରେ ସନ୍ଥ ସମାଜ ସେମାନଙ୍କର ଆଶ୍ରିବଚନ ପ୍ରଦାନ କରିଥିଲେ । ଶେଷରେ ମା.ଆନନ୍ଦଜୀ ତାଙ୍କର ବୌଦ୍ଧିକ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଭାଗ ସମ୍ପାଦକ ଉମଶଙ୍କର ଆଚାଯ୍ୟ ପରିଚୟ ପ୍ରଦାନ କରିଥିଲେ ।ଉକ୍ତ କାର୍ଯକ୍ରମକୁ ସଫଳ କରିବାପାଇଁ ଭୁବନେଶ୍ୱର ମହାନଗରର ସଭାପତି ଲକ୍ଷ୍ମୀନାରାୟଣ ରଥ , ସମ୍ପାଦକ ଶରତ ମହାପାତ୍ର ,ସହ ସମ୍ପାଦକ ଶ୍ରୀ ଶୁଭ୍ରାଂଶୁ ଶେଖର ଶତପଥୀ, ବିଭାଗ ସଂଯୋଜକ ବିଭୂତି ମହାପାତ୍ର , କାର୍ଯ୍ୟକାରୀ ସଭାପତି ପ୍ରଦୀପ ମହାନ୍ତି , ଉପସଭାପତି ଜୟପ୍ରକାଶ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଶାନ୍ତିଃ ପାଠ କରି କାର୍ଯ୍ୟକ୍ରମ ଉଜ୍ଜାପନ କରାଯାଇଥିଲା ।

Spread the love