ସକଲେଶ୍ୱର ମନ୍ଦିରରେ ବିଶ୍ୱଶାନ୍ତି ମହାଯଜ୍ଞ

ଭୁବନେଶ୍ୱର, ସ୍ଥନୀୟ କଟକରୋଡ ବମିଖାଲ ସକେଳଶ୍ୱର ମହାଦେବ ଓ ହନୁମାନ ମନ୍ଦିର ପ୍ରଙ୍ଗଣରେ ୧୮ତମ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ୨୩ତାରିଖ ସକାଳୁ ଅଙ୍କୁରାରୋପଣ ହୋଇଥିବାବେଳେ ୨୪ ତାରିଖରେ ଜଳଯାତ୍ରା, ସୂର୍ଯ୍ୟପୂଜା ଓ ଅଗ୍ନିକୁଣ୍ଡ ସଂସ୍କାର ହୋଇଥିଲା । ୨୫ ତାରିଖରେ ଚଣ୍ଡୀପାଠ, ରୁଦ୍ରାଭିଷେକ ହନୁମାନ ଷୋଡଷ ଉପଚାରପୂଜା ଓ ସହସ୍ରନାମ ଏବଂ ୨୫ ତାରିଖରେ ପୂର୍ଣ୍ଣାହୂତୀ ହୋଇଥିଲା । ସଂନ୍ଧ୍ୟାରେ ସଂସ୍କୃତିକ କାର୍ଯ୍ୟକ୍ରମ ସହ ପ୍ରସାଦ ସେବନ ହୋଇଥିଲା । ପ୍ରସାଦ ସେବନରେ ୧୨୦୦ରୁ ଅଧିକ ଶ୍ରଦ୍ଧାଳୁ ଯୋଗଦେଇଥିଲେ । ସଭାପତି ଶରତ ଚନ୍ଦ୍ର ପଣ୍ଡା, ସମ୍ପାଦକ ନିର୍ମଳ ମହାନ୍ତି ସହଯୋଗ କରିଥିଲେ ।

Spread the love