୨ ସରକାରୀ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ମାଡ ଅଭିଯୋଗ

ବ୍ରହ୍ମପୁର: ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାରେ ଚତୁର୍ଥ ଦିନରେ ୪୭୪୨ ଜଣ କରିଛନ୍ତି ପ୍ରାର୍ଥୀପତ୍ର ଦାଖଲ ୩୪୫୯ ଜଣ ୱାର୍ଡସଭ୍ୟ ଭାବରେ ପ୍ରାର୍ଥୀପତ୍ର ଦାଖଲ କରି ଥିବାବେଳେ ୬୦୮ ଜଣ ସରପଞ୍ଚ, ୫୭୮ ଜଣ ସମିତି ସଭ୍ୟ ଏବଂ ୯୭ ଜଣ ଜିଲ୍ଲା ପରିଷଦ ସଦସ୍ୟ ଭାବରେ ପ୍ରାର୍ଥୀପତ୍ର ଦାଖଳ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଥିବାରୁ ଅଧିକରୁ ଅଧିକ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଆଶା କରାଯାଉଛି । ସେହିପରି ବିଗତ ୩ ଦିନ ମଧ୍ୟରେ ଜିଲ୍ଲାରେ ଅନେକ ଆଶାୟୀ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ଶାନ୍ତି ଶୃଙ୍ଖଳାର ସହ କୋଭିଡ ଗାଇଡ ଲାଇନ ଅନୁସାରେ ପ୍ରାର୍ଥୀପତ୍ର ଦାଖଲ କରାଯାଉଛି ।

Spread the love