କଲରାର ଉପକାରିତା

କଲରା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ହୋଇଥାଏ ,ଏଥିରେ ଭିଟାମିନ ବି, କ୍ୟାଲସିୟମ, ଫସଫରସ ଭଳି ଗୁଣ ରହିଛି।ଚମ ଜନିତ ରୋଗ ପାଇଁ ନିୟମିତ କଲରା ଖାଆନ୍ତୁ। କଲରା ଖାଇବାକୁ ଯେପରି ଉପକାରୀ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ। କଲରାର ଫେସ ପ୍ୟାକ୍‍ ବ୍ୟବହାର କରିବା ଦ୍ୱାରା ତ୍ୱଚାର ବିଭିନ୍ନ ପ୍ରକାର ଦାଗ ଦୂର କରିଥାଏ। ତ୍ୱଚା ଉଜ୍ଜ୍ୱଳ ହୋଇଥାଏ। ଜାଣନ୍ତୁ ତ୍ୱଚା ପାଇଁ କିପରି ଏହାକୁ ବ୍ୟବହାର କରିବେ….

ନିମ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି। କଲରା ଓ ନିମପତ୍ରକୁ ପେଷି ଏଥିରେ ହଳଦୀ ମିଶାଇ ଏହି ପ୍ୟାକ୍‍କୁ ୧୦ ମିନିଟ ମୁହଁରେ ଲଗାଇ ରଖନ୍ତୁ। କିଛି ସମୟ ପରେ ମୁହଁ ଧୋଇ ଦିଅନ୍ତୁ। ସପ୍ତାହକୁ ଥରେ ଏହା ବ୍ୟବହାର କରନ୍ତୁ। ଏହି ଫେସ ପ୍ୟାକ୍‍ ଲଗାଇବା ଦ୍ୱାରା ତ୍ୱଚା ଖୁବ ଉଜ୍ଜ୍ୱଳ ହୋଇଥାଏ।

କଲରା ଓ କମଳା ଫେସ ପ୍ୟାକ୍‍ ପ୍ରସ୍ତୁତ କରିବା ପାଇଁ କଲରା ଓ କମଳା ଚୋପାକୁ ଭଲ ଭାବେ ପେଷି ଦିଅନ୍ତୁ। ଏହାକୁ ମୁହଁରେ ଲଗାଇ ୧୦ ରୁ ୧୫ ମିନିଟ ରଖନ୍ତୁ ଓ ଧୋଇ ଦିଅନ୍ତୁ। ନିଜେ ଚମତ୍କାର ଅନୁଭବ କରିବେ।

ସ କାକୁଡି ତ୍ୱଚାକୁ ଥଣ୍ଡା ରଖିବା ସହ ତ୍ୱଚାର ଚମକ ବଢାଇଥାଏ। କାକୁଡି ଓ କଲରା ଫେସ ପ୍ୟାକ୍‍ ଲଗାଇବା ଦ୍ୱାରା ତ୍ୱଚାର କଳାପଣ ଦୂର ହୋଇଥାଏ। କଲରା ଓ କାକୁଡିକୁ ପେଷି ଏହାକୁ ମୁହଁରେ ଲଗାଇ ୧୫ ରୁ ୨୦ ମିନିଟ ରଖନ୍ତୁ। ସପ୍ତାହକୁ ୨ଥର ଏହାକୁ ବ୍ୟବହାର କରିପାରିବେ।

Spread the love