ଆସନ୍ତା ୨୦ରେ ବିଜେଡିର କାର୍ଯ୍ୟକାରିଣୀ

ଭୁବନେଶ୍ୱର, ଆସନ୍ତା ୨୦ରେ ବିଜେଡି କାର୍ଯ୍ୟକାରିଣୀ ଓ ୨୧ ତାରିଖରେ ରାଜ୍ୟ ପରିଷଦ ବୈଠକ ବସିବ। ସଂଗଠନକୁ  ମଜଭୁତ୍ କରିବା ଏଥିରେ ଫୋକସରେ ରହିବ । ସାଂଗଠନିକ, ରାଜନୈତିକ ଓ ଆର୍ଥିକ ଚିଠା ପ୍ରସ୍ତାବ ଉପରେ ଆଲୋଚନା ହେବ । ତେବେ କେଉଁ ମୁଦ୍ଦା ନେଇ ବିଜେଡି ଆଗକୁ ବଢିବ ସେ ନେଇ ମଧ୍ୟ ବୈଠକରେ ସ୍ଥିର କରାଯିବ । ତାସହ ନବର୍ନିବାଚିତ ସଭ୍ୟ ମାନଙ୍କୁ ଦାୟିତ୍ୱ ବଣ୍ଟନ ଓ ୩୨ଟି ସାଙ୍ଗଠନିକ ଜିଲ୍ଲାରେ କିପରି ସଭ୍ୟ ସଂଗ୍ରହ କରାଯିବ ସେ ନେଇ ମଧ୍ୟ ଆଲୋଚନା କରାଯିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛି ବିଜେଡି । ସେପଟେ ଆସନ୍ତା ୨୬ରେ ବିଜେଡିର ପ୍ରତିଷ୍ଠା ଦିବସ କୋଭିଡ୍ ଗାଇଡଲାଇନ୍‌ ମାନି ବ୍ଲକ ଓ ନିର୍ବାଚନମଣ୍ଡଳୀ ସ୍ତରରେ ପ୍ରତିଷ୍ଠା ଦିବସ ପାଳନ କରିବାକୁ ସ୍ଥିର ହୋଇଛି। ଯେଉଁଥିରେ ସରକାରଙ୍କ ଯୋଜନାର ସୁଫଳ ଲୋକଙ୍କ ପାଖେ ପହଞ୍ଚାଇବାକୁ ଦଳ ସୁପ୍ରିମୋଙ୍କ ନିର୍ଦ୍ଦେଶ ରହିଛି।

Spread the love