କରୋନା ଯୋଦ୍ଧା ଙ୍କୁ ସମ୍ମାନିତ ଓ ମହିଳାଙ୍କୁ କମ୍ବଳ ବଣ୍ଟନ

ଭୁବନେଶ୍ୱର, ୨୮/୧୨: ନୟାପଲ୍ଲୀ ୱାର୍ଡ ନଂ ୩୯ ବିଜୁ ଜନତା ଦଳ ତରଫରୁ ନୁଆସାହି ଅଞ୍ଚଳରେ ଥିଵା ଆଖଣ୍ଡଳମଣି ସେବା ସଂସଦ ଠାରେ ବିଜେଡି ର ୨୪ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭୁବନେଶ୍ୱର ଲୋକପ୍ରିୟ ବିଧାୟକ ଅନନ୍ତ ନାରାୟଣ ଜେନା, ରାମନାଥ ସାମନ୍ତରାୟ, ନବ କିଶୋର ବେହେରା, ବିରଞ୍ଚି ନାରାୟଣ ମହାଶୁପକର, ନରେନ ସାହୁ, ଅଶୋକ ବେହେରା, ମନୋରଞ୍ଜନ ନାୟକ, ମୀରା ପରିଡା, ଇପ୍ସିତା ସାହୁ, ଲୋରା ମହାପାତ୍ର, ଭା୍ନୁପ୍ରିୟା ଦାସ, ମମତା ସାହୁ, ପୁଷ୍ପାଞ୍ଜଳି ଦାସ ଓ ସାହିର ଚାରିସହ ମହିଳା ମାଆ ମାନେ,ପଚାଶ ରୁ ଉର୍ଦ୍ଧ ବରିଷ୍ଠ ନାଗରିକ, ପୂର୍ବତନ କର୍ପୋରେଟର ମାନେ, ସମାଜସେବୀ ଓ ନୁଆସାହି ଆଖଣ୍ଡଳମଣି ପୂଜା କମିଟି ଓ ମୌରୀଆ ଗ୍ରୁପ ର ସଦସ୍ୟ ମାନେ ଉପସ୍ଥିତ ଥିଲେ। ବିଧାୟକ ମହୋଦୟ ଉପସ୍ଥିତ ଥିବା ସମସ୍ତ ବରିଷ୍ଠ ନାଗରିକ ମାନଙ୍କୁ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ। ଉପସ୍ଥିତ ଥିବା ସମସ୍ତ କୋରନା ଯୋଦ୍ଧା ମାନଙ୍କୁ ସମ୍ମାନିତ କରାଯାଇଥିଲା।

ଆୟୋଜକ ସମାଜସେବୀ ତଥା ରାଜ୍ୟ ସମ୍ପାଦକ ସାଗର ବଳବନ୍ତରାୟ ଙ୍କ ତରଫରୁ ସମସ୍ତ ମହିଳା ମା ମାନଙ୍କୁ ଛୋଟିଆ ଉପହାର କମଳ ବଣ୍ଟନ କରାଯାଇଥିଲା।

Spread the love