ସରକାରୀ ପ୍ରକଳ୍ପରେ ବିଜେଡିର ଶଂଖ ଚିହ୍ନ

ନିୟମ ରହିଛି କୌଣସି ସରକାରୀ କାମର ଫଳକରେ ଦଳୀୟ ଚିହ୍ନ ଦିଆଯାଇପାରିବ ନାହିଁ । କିନ୍ତୁ ବେଳପଡା ବ୍ଲକ ଧୁମାଭଟା ପଂଚାୟତରେ ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରିଛି ଶାସକ ଦଳ ବିଜେଡି । ଧୁମାଭଟା ପଂଚାୟତର ଜଲିଆ ଗାଁର ଜଗନ୍ନାଟ ମନ୍ଦିର ନିକଟରେ ତିନି ଲକ୍ଷ ଟଙ୍କା ବ୍ୟୟରେ କମ୍ୟୁନିଟି ସେଣ୍ଟର ନିର୍ମାଣ କରାଯାଉଛି । ଡିଆରଡିଏ ଦ୍ୱାରା ନିର୍ମାଣ କରାଯାଉଥିବା ସରକାରୀ କାମର  ଫଳକରେ କିନ୍ତୁ ଦଳୀୟ ବିଜେଡିର ଶଙ୍ଖ ଚିହ୍ନ ରହିଛି ।

ଏପରିକି ବିଜେଡି ମଧ୍ୟ ଲେଖାଯାଇଛି। କେବଳ ଜଲିଆ ନୁହଁ ଧୁମାଭଟା ପଂଚାୟତର ଡାହିମାଲ ଗାଁରେ ସରକାରୀ ଅନୁଦାନରେ  ନିର୍ମାଣ କରାଯାଇଥିବା ଗ୍ରାମପତୀ ଠାକୁରାଣୀ ମନ୍ଦିରର  କମ୍ୟୁନିଟି ସେଣ୍ଟରରେ ମଧ୍ୟ ଦଳୀୟ ବିଜେଡି ଚିହ୍ନ ଏବଂ  ବିଜେଡି ଲେଖାଯାଇଛି । ସରକାରୀ ଅନୁଦାନରେ ବିଜେଡି ଠିକାଦାର ମାନେ ନିଜ ଦଳର ପ୍ରଚାର ପାଇଁ ଏପରି କରୁଥିବା ସନ୍ଦେହ କରୁଛନ୍ତି ସ୍ଥାନୀୟ ଲୋକେ ।

Spread the love