୩୦ ଜିଲ୍ଲା ପାଇଁ ବିଜେଡ଼ିର ନୂଆ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ନିଯୁକ୍ତ

ଭୁବନେଶ୍ୱର: ରାଜ୍ୟର ସବୁ ଜିଲ୍ଲାପାଇଁ ନୂଆ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି ଦଳୀୟ ସଭାପତି ନବୀନ ପଟ୍ଟନାୟକ । ଏହି ନୂଆ ତାଲିକାକୁ ପ୍ରକାଶ କରିଛନ୍ତି ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ।

 ଅନୁଗୁଳ- ପ୍ରଶାନ୍ତ ମୁଦୁଲି, ବାଲେଶ୍ୱର- ପ୍ରତାପ କେଶରୀ ଦେବ, ବରଗଡ଼ – ସୁଧିର କୁମାର ସାମଲ, ଭଦ୍ରକ- ପ୍ରଣବ ବଳବନ୍ତରାୟ, ବଲାଙ୍ଗୀର- ସୁଶାନ୍ତ ସିଂହ, ବୌଦ୍ଧ-ସୌଭାଗ୍ୟ ନାୟକ, କଟକ-ଉଷା ଦେବୀ, ଦେବଗଡ଼ ସୁଶାନ୍ତ ସିଂହ, ଢେଙ୍କାନାଳ-ବିଜୟ ନାୟକ, ଗଜପତି ଅତନୁ ସବ୍ୟସାଚୀ ନାୟକ, ଗଞ୍ଜାମ-ପ୍ରଫୁଲ୍ଲ ମଲ୍ଲିକ, ଜଗତସିଂହପୁର-ସମୀର ରଞ୍ଜନ ଦାସ, ଯାଜପୁର-ଅଶୋକ ଚନ୍ଦ୍ର ପଣ୍ଡା, ଝାରସୁଗୁଡ଼ା ସୁବାସ ସିଂହ, କଳାହାଣ୍ଡି ନବ କିଶୋର ଦାସ, କନ୍ଧମାଳ-ପ୍ରତାପ ଜେନା, କେନ୍ଦ୍ରାପଡ଼ା- ଦେବାଶିଷ ସାମନ୍ତରାୟ, କେନ୍ଦୁଝର-ପ୍ରଣବ ପ୍ରକାଶ ଦାସ, ଖୋର୍ଦ୍ଧା-ପ୍ରମିଳା ମଲ୍ଳିକ, କୋରାପୁଟ-ଚନ୍ଦ୍ର ସାରଥି ବେହେରା, ମୟୂରଭଞ୍ଜ ପ୍ରଣବ ପ୍ରକାଶ ଦାସ, ନବରଙ୍ଗପୁର-ତୁଷାରକାନ୍ତି ବେହେରା, ନୟାଗଡ଼-ପଦ୍ମନାଭ ବେହେରା, ନୂଆପଡ଼ା-ଦିବ୍ୟଶଙ୍କର ମିଶ୍ର, ପୁରୀ-ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ରାୟଗଡ଼ା-ଅତନୁ ସବ୍ୟସାଚୀ ନାୟକ, ସମ୍ୱଲପୁର-ନଳନୀକାନ୍ତ ପ୍ରଧାନ, ସୁବର୍ଣ୍ଣପୁର-ପ୍ରଦୀପ କୁମାର ଅମାତ, ସୁନ୍ଦରଗଡ଼ ପାଇଁ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ପର୍ଯ୍ୟବେକ୍ଷକଭାବେ ନିଯୁକ୍ତି ଦିଆଯାଇଛି।
ସେହିଭଳି ବରିଷ୍ଠନେତା ବିକ୍ରମ କେଶରୀ ଆରୁଖଙ୍କୁ ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଦେବୀପ୍ରସାଦ ମିଶ୍ରଙ୍କୁ ଗଂଜାମ, ନୟାଗଡ, ଖୋର୍ଦ୍ଧା, ବୌଧ, ପୁରୀ, କନ୍ଧମାଳ, ନିରଞ୍ଜନ ପୂଜାରୀଙ୍କୁ ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନୂଆପଡା, ସୌମ୍ୟରଂଜନ ପଟ୍ଟନାୟକଙ୍କୁ ସମ୍ବଲପୁର, ଝାରସୁଗୁଡ଼ା, ସୋନପୁର, ଦେବଗଡ, ଅନୁଗୁଳ, ପ୍ରସନ୍ନ ଆଚାର୍ଯ୍ୟଙ୍କୁ କଟକ, ଯାଜପୁର, ଭଦ୍ରକ, ବାଲେଶ୍ଵର, ଜଗତସିଂହପୁର ଏବଂ ମହେଶ୍ୱର ମହାନ୍ତିଙ୍କୁ କେନ୍ଦୁଝର ଓ ମୟୁରଭଞ୍ଜ ଦାୟିତ୍ୱ ଦିଆଯାଇଛି।

Spread the love