କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲେ ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ

ଭୁବନେଶ୍ବର ୧୫।୯: ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆରମ୍ଭ ହେଲାଣି ଦଳ ଡିଆଁ ପର୍ବ । କଂଗ୍ରେସକୁ ବାଏ ବାଏ କରି ବିଜେଡିରେ ମିଶିଲେ ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ । ଭାଙ୍ଗିଲା କୋରାପୁଟ କଂଗ୍ରେସ ଗଡ । କଂଗ୍ରେସ କ୍ୟାମ୍ପ୍ ଉପରେ ଏବେ ବିଜେଡି ପକାଇଛି ନଜର । ନିଜ କର୍ମୀ ଓ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହେଲେ ଚନ୍ଦ୍ର ଶେଖର ମାଝୀ ।

ଏହା ଫଳରେ ଦକ୍ଷିଣ ଓଡିଶାର ମଜଭୁତ କଂଗ୍ରେସ ଗଡ ଭାବେ ପରିଚିତ କୋଟପାଡରେ କଂଗ୍ରେସ ସ୍ଥିତି ଦୁର୍ବଳ ହେବ ବୋଲି ଆଶା କରାଯାଉଛି । ୨୦୧୪ରେ କୋରପୁଟ କୋଟପାଡରୁ ବିଧାୟକ ଥିଲେ ଚନ୍ଦ୍ର ଶେଖର । କଂଗ୍ରେସ ଟିକେଟରୁ ଜିତିଥିଲେ ଚନ୍ଦ୍ର ଶେଖର । ୨୦୧୯ ରେ ବିଜେଡି ନେତ୍ରୀ ତଥା ଏବେର ବୟନଶିଳ୍ପ ମନ୍ତ୍ରୀ ପଦ୍ମିନ ଦିଆନଙ୍କଠାରୁ ହାରିଯାଇଥିଲେ । ତାପୂର୍ବରୁ ଚନ୍ଦ୍ରଶେଖରଙ୍କ ଦାଦା ବାସୁଦେବ ମାଝୀ କଂଗ୍ରେସ ଟିକେଟରେ କୋଟପାଡରୁ ୮ ଥର ଜିତି ସବୁ ରେକର୍ଡ ଭାଙ୍ଗିଥିଲେ ।ବିଜେଡି ମିଶ୍ରଣ ପର୍ବରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପ୍ରତାପ ଦେବ, ସୁବାଷ ସିଂ, ରବି ନନ୍ଦ, ରମେଶ ମାଝୀ ପ୍ରମୁଖ ଉପସ୍ଥିତ ଅଛନ୍ତି ।

Spread the love