ବିଜେଡିରେ ମିଶିଲେ ସିପିଏମ୍‌ ନେତା ନବକିଶୋର ମହାନ୍ତି, ୪୨ଟି ଶ୍ରମିକ ସଂଗଠନ ସାମିଲ

ଭୁବନେଶ୍ବର ୩୦।୧୦: ବିଜେଡିରେ ମିଶିଲେ ସିପିଏମ୍‌ ନେତା ନବକିଶୋର ମହାନ୍ତି । ସେ ୪୦ବର୍ଷ ଧରି ସିପିଏମ୍‌ରେ କାମ କରିଥିଲେ । ତାଙ୍କ ସହ ୪୨ଟି ଶ୍ରମିକ ସାମୁଖ୍ୟ ସଙ୍ଗଠନ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି ।

ବିଜେଡିରେ ସାମିଲ ହେବା ପରେ ନବ ମହାନ୍ତି କହିଛନ୍ତି, ବାହାରେ ରହି ଶ୍ରମିକଙ୍କ ଅଧିକାର ପାଇଁ ଲଢେଇ କରୁଥିଲୁ । ସରକାରଙ୍କ ବିରୋଧରେ ବିକ୍ଷୋଭ କରୁଥିଲୁ । ଯଦି ସରକାରଙ୍କ ସହ ଆଲୋଚନା କରିବା ପରେ ସବୁ ସମସ୍ୟାର ସମାଧାନ ହୁଏ, ତାହେଲେ ସରକାରଙ୍କ ସହ ରହି ଏଭଳି ସମସ୍ୟାର ସମାଧାନ ହୋଇପାରିବ । ସେଥିପାଇଁ ସେ ବିଜେଡିରେ ସାମିଲ ହୋଇଛନ୍ତି । ନବ ମହାନ୍ତି ବିଜେଡିରେ ମିଶିବା ଦ୍ବାରା ବିଜେଡିର ଶ୍ରମିକ ସାମୁଖ୍ୟର ଆହୁରି ଶକ୍ତିଶାଳୀ ହୋଇଛି ।

Spread the love