ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ

ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଉଭୟ ଅନଲାଇନ ଓ ଅଫଲାଇନରେ ଅକ୍ଟୋବର ୩୧ତାରିଖ ପର୍ଯ୍ୟନ୍ତ ଚାଲିବ । ସଭ୍ୟ ସଂଗ୍ରହ ଅଭିଯାନରେ ଆଧାର ନମ୍ବରକୁ ଦଳ ବାଧ୍ୟତାମୂଳକ କରିଥିବାବେଳେ ପ୍ରାୟ କୋଟିଏ ସଭ୍ୟ ସଂଗ୍ରହ ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ କରିଛି ।

ପ୍ରଣବ ପ୍ରକାଶ ଦାସଙ୍କୁ ଖଣିଜସମୃଦ୍ଧ ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର ଓ ସୁନ୍ଦରଗଡ଼ର ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମକୁ ତଦାରଖ କରିବାକୁ ଦାୟିତ୍ୱ ଦିଆଯାଇଛି। ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ରଙ୍କୁ ଢେଙ୍କାନାଳ, ଅନୁଗୁଳ ଓ କଟକ ଜିଲ୍ଲା ଦାୟିତ୍ୱ ନ୍ୟସ୍ତ ହୋଇଛି।

ବିଜେଡି ପକ୍ଷରୁ ଜାରି ସୂଚନା ଅନୁସାରେ ଦଳର ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲାର ସଭ୍ୟ ସଂଗ୍ରହ ଅଭିଯାନ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l ପ୍ରତାପ କେଶରୀ ଦେବଙ୍କୁ ନୂଆପଡ଼ା, କଳାହାଣ୍ଡି, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ଦାୟିତ୍ବ ଦିଆଯାଇଛି l

ପ୍ରମିଳା ମଲ୍ଲିକଙ୍କୁ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ର ଦାୟିତ୍ୱ ଦିଆଯାଇଛି l ସଞ୍ଜୟ କୁମାର ଦାସବର୍ମାଙ୍କୁ ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ଗଜପତି ଜିଲ୍ଲାର ଦାୟିତ୍ବ ଦିଆଯାଇଛି l

 

 

Spread the love