ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ

ଭୁବନେଶ୍ବର ୯।୧୨: ବିଜେଡି ଓ ବିଜେପି ବିକ୍ଷୋଭ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ସେ କହିଛନ୍ତି, ଦୁଇ ଦଳ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ । ସେମାନେ ବାରମ୍ବାର  ନାଟକବାଜି ଓ ଡ୍ରାମା କରୁଛନ୍ତି ।

ରାଜ୍ୟ ସରକାର ଦରଦାମ ବୃଦ୍ଧି ନେଇ କେନ୍ଦ୍ର ବିରୋଧରେ ଆନ୍ଦୋଳନ କରିବା ଏକ ହାସ୍ୟାସ୍ପଦ ଘଟଣା । ନିଜେ ଦରଦାମ କମାଉ ନାହାନ୍ତି, ଟ୍ୟାକ୍ସ କମାଉ ନାହାନ୍ତି କି ଏଥିରେ ନିୟନ୍ତ୍ରଣ ଆଣୁ ନାହାନ୍ତି । ବିଜେପି ବି ସେହିପରି କରୁଛି ।

କଂଗ୍ରେସ ଏସବୁଠୁ ଦୂରେଇ ରହିଛି । ଯାହା ରାଜ୍ୟବାସୀଙ୍କ ପ୍ରସଙ୍ଗ, ସମସ୍ୟା ଏବଂ ମମିତା ହତ୍ୟାକାଣ୍ଡ ବିଷୟରେ ଆମେ ସରକାରଙ୍କୁ ଘେରିଛୁ । ଆମର ଏହି କାର୍ଯ୍ୟକ୍ରମ ଜାରି ରହିଛି ବୋଲି ବିଧାୟକ କହିଛନ୍ତି ।

Spread the love