ବିଜେଡିର ୨୫ ବର୍ଷ ପୂର୍ତ୍ତି: ମାରାଥନ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଓ ବିଧାୟକଙ୍କ ଦ୍ୱାରା ବିଜେଡି କାର୍ଯ୍ୟାଳୟ ଉଦଘାଟିତ

ଭଦ୍ରକ ୧୯/୦୭: ଭଦ୍ରକରେ ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭଦ୍ରକ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ବୃକ୍ଷରୋପଣ କରାଯାଇଥିଲା। ଗେଲଟୁଆ ଗ୍ରାମ ପଞ୍ଚାୟତର ଜଳଙ୍ଗା ହାଇସ୍କୁଲ ପାଖରେ ବୃକ୍ଷ ରୋପଣ କରାଯିବା ସହ ଜଳଙ୍ଗା ଗାଁରେ ବିଜେଡିର ଏକ କାର୍ଯ୍ୟାଳୟ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ଉଦଘାଟନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ଜିଲ୍ଲା ଯୁବ ବିଜେଡି ସଭାପତି ମୁକୁନ୍ଦ ଦେବ ସାମଲ ଯୋଗ ଦେଇଥିଲେ। ଅନ୍ୟଣାନଙ୍କ ମଧ୍ୟରେ ଗେଲଟୁଆ ପଞ୍ଚାୟତର ସରପଞ୍ଚ ବାସନ୍ତୀ ଜେନା, ସମିତି ସଭ୍ୟ ମନୋଜ ବାରିକ, ପୂର୍ବତନ ସରପଞ୍ଚ ସରୋଜ କୁମାର ଦାସଙ୍କ ସହିତ ଅନ୍ୟ ବିଜେଡି କର୍ମୀ ଓ ଗାଁଲୋକମାନେ ଉପସ୍ଥିତ ଥିଲେ।

Spread the love