ବିଦ୍ୟାରତ୍ନ ଓ ଗୋଦାବରିଶଙ୍କ ପୂଣ୍ୟ ତିଥି ବିଜେଡି ଦ୍ଵାରା ପାଳିତ

ଭୁବନେଶ୍ବର : ବିଜେଡି ସାଂସ୍କୃତିକ ସମନ୍ଵୟ ସାମ୍ମୁଖ୍ୟ ଦ୍ଵାରା ଆଜି ପଣ୍ଡିତ ନୀଳମଣି ବିଦ୍ୟରତ୍ନ ଙ୍କ ୯୮ ତମ ଓ ପଣ୍ଡିତ ଗୋଦାବରୀଶ ମିଶ୍ର ଙ୍କ ୬୬ ତମ ଶ୍ରାଦ୍ଧ ଦିବସ ପାଳନ କରାଯାଇଛି।ଜୟଦେବ ବିହାର ଠାରେ ଅବସ୍ଥିତ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦିଆଯିବା ପରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ବିଦ୍ୟାରତ୍ନ ଙ୍କ ପାଇଁ ଆଜି ବୋଧ ହୁଏ ଓଡ଼ିଶା ମୁଣ୍ଡ ଟେକି ଠିିଆହୋଇଛି । ଓଡ଼ିଆ ଭାଷା ତଥା ଅସ୍ମିତା କୁ ଉଦ୍ ଜୀବିତ କରି ରଖିବା ପାଇଁ ପ୍ରାକ୍ ସ୍ଵାଧୀନତା କାଳ ରେ ତାଙ୍କର ନିରଳସ ଉଦ୍ୟମ ଏ ଜାତି ର ପ୍ରାଣ ପ୍ରତିଷ୍ଠା କରିଛି କହିଲେ ଭୁଲ ହେବ ନାହିଁ। ଉତ୍କଳ ସମ୍ମିଳନୀ ର ବିନ୍ଧାଣି, ସମାଜ ସଂସ୍କାର ର ପଦକ୍ଷେପ, ଅନ୍ୟ ଭାଷା ର ଅନୁପ୍ରବେଶ କୁ ରୋକିବା ନିମନ୍ତେ ଓଡ଼ିଆ ଭାଷାରେ ରଚନା ସମଗ୍ର, ସମୟୋଚିତ ବିବିଧ ସମ୍ବାଦପତ୍ର ପ୍ରକାଶନ ପରି ଅନେକ କାର୍ଯ୍ୟ କରି ସେ ଓଡ଼ିଆ ଜାତିର ଚିର ନମସ୍ୟ ହୋଇ ରହି ଯାଇଛନ୍ତି ବୋଲି ସଭାରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବିଧାୟକ ମୌଶଧୀ ବାଗ,ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ,ବିଜେଡି ସାଂସ୍କୃତିକ ସମନ୍ଵୟ ସାମ୍ମୁଖ୍ୟ ର ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି, ବେଦବିତ୍ ସୁରେନ୍ଦ୍ର ନାଥ ଛୋଟରାୟ,ପ୍ରଧ୍ୟାପକ ରମେଶ ଚନ୍ଦ୍ର ପାତାଳ ସିଂ,ସତ୍ୟ ବ୍ରତ ଜେନା ,ମାନସ ମହାନ୍ତିପ୍ରମୁଖ ମତ ରଖିଥିଲେ।
ପୂର୍ବାହ୍ନ ନଅ ଘଟିକା ସମୟରେ ରାଜଧାନୀ ର ପି ଏମ ଜି ଛକ ଠାରେ ଅବସ୍ଥିତ ପଣ୍ଡିତ ଗୋଦାବରୀଶ ମିଶ୍ର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଓ ଦୀପଦାନ କରାଯିବା ସହିତ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ଗାୟକ ଆହ୍ଲାଦ ପଣ୍ଡିତ ସୁରେନ୍ଦ୍ର।ସଭାରେ ଉପସ୍ଥିତ ଅତିଥମାନେ ମତବ୍ୟକ୍ତ କରି କହିଲେ ଯେ,ପଣ୍ଡିତ ଗୋଦାବରୀଶ ଥିଲେ ଏକାଧାରେ ରେ ସମାଜସଂସ୍କାରକ,କବି,ଲେଖକ , ଶିକ୍ଷାବିତ୍ ଓ ରାଜନୀତିଜ୍ଞ।ସେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ପଞ୍ଚସଖା ମଧ୍ୟରେ ସ୍ଥାନ ପାଇଥିଲେ।ତତ୍କାଳୀନ ସମାଜରେ ତାଙ୍କ ର ସାମାଜିକ ,ରାଜନୀତିକ,ଓ ସାରସ୍ଵତ ଜୀବନ ଏ ଜାତିକୁ ବହୁଳ ଭାବେ ପ୍ରଭାବିତ କରିଛି ଏବଂ ନିରବଧି କରୁଥିବ । ରଞ୍ଜିତା ଦଳେଇ,ରୀମା ବରାଡ,ପଦ୍ମିନୀ ବାରିକ,ଅନିତା ପାଢ଼ୀ, ଅରଜିତ୍ ଜେନା, ମମତା ଶତପଥୀ ପ୍ରମୁଖ ସଭା ପରିଚାଳନା କରିଥିଲେ। ପରିଶେଷରେ ମନୋଜ କୁମାର ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ।

Spread the love