କଂଗ୍ରେସ ଓ ବିଜେପି ପରିପକ୍ୱ ଏବଂ ସକରାତ୍ମକ ପ୍ରତିକ୍ରିୟା ରଖିବା ଆବଶ୍ୟକ: ବିଜେଡି

କରୋନା ମହାମାରୀ ସମୟରେ ସବୁସ୍ତରରୁ ପରିପକ୍ୱ ଏବଂ ସକରାତ୍ମକ ପ୍ରତ୍ରିକିୟା ଆସିବା ଦରକାର । କଂଗ୍ରେସ ଓ ବିଜେପି ଠାରୁ ମଧ୍ୟ ଏହି ସମୟରେ ଏଭଳି ପ୍ରତିକ୍ରିୟା ଆଶା କରାଯାଏ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର । ଉଭୟ କଂଗ୍ରେସ ଓ ବିଜେପି ଅଭିଯୋଗର ଜବାବ ଦେଇ ଡକ୍ଟର ପାତ୍ର କହିଛନ୍ତି ଯେ କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ଦର ଠାରୁ ଅଧିକ ଦାମରେ ଓଡିଶା ସରକାର କୌଣସି
ସମୟରେ ମାସ୍କ ଖରିଦ କରି ନାହାନ୍ତି । ତେଣୁ ଏଭଳି ସାମଗ୍ରୀ ଖରିଦ କ୍ଷେତ୍ରରେ ଅନିୟମିତତାର ପ୍ରଶ୍ନ ହିଁ ଉଠୁନାହିଁ । ସମଗ୍ର ବିଶ୍ୱରେ ଏବେ କରୋନା ମହାମାରୀର ରୂପ ନେଇଥିବାବେଳେ ଚିକିତ୍ସାସେବା କ୍ଷେତ୍ରରେ ମଧ୍ୟ ଜରୁରୀ ପରିସ୍ଥିତି ସୃଷ୍ଟି ହୋଇଛି । ମହାମାରୀ ବିରୁଦ୍ଧରେ ଚାଲଥିବା ଏହି ଯୁଦ୍ଧ ବର୍ତ୍ତମାନ ସୁଦ୍ଧା ସରିନାହ ତେଣୁ କରୋନାରମୁକାବିଲା ପାଇଁ ସମସ୍ତେ ସକରାତ୍ମକ ମନୋଭାବ ନେଇ ପ୍ରତିକ୍ରିୟା ରଖିବା ଆବଶ୍ୟକ । କରୋନାର ମୁକାବିଲାର
ସଫଳ ପରିଚାଳନା ପାଇଁ ସମଗ୍ର ଦେଶ ଏବେ ଓଡିଶାର ପ୍ରଶଂସା କରୁଛି । ତେଣୁ ଏଭଳି ସ୍ଥିତିରେ ଉଭୟ କଂଗ୍ରେସ ଓ ବିଜେପି ଶସ୍ତା ରାଜନୀତି ନକରିବା ଓ ଓଡିଶାର ସାଢେ ଚାରିକୋଟି ଲୋକଙ୍କ ମନୋବଳକୁ ନଭାଙ୍ଗିବାପାଇଁ ଡକ୍ଟର ପାତ୍ର ପରାମର୍ଶ ଦେଇଛନ୍ତି ।

Spread the love