ବିଜେଡ଼ିରେ ନିଯୁକ୍ତି ପାଇଲେ ୮ ବରିଷ୍ଠ ଉପସଭାପତି, ୯ ଉପସଭାପତି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆ କାର୍ଯ୍ୟକର୍ତା ତାଲିକା ପ୍ରକାଶ କରିଛନ୍ତି । ଏଥିରେ କେବଳ ଉପସଭାପତି ଭାବେ ୧୭ ଜଣଙ୍କୁ ନେଇଥିବା ବେଳେ ସାଧାରଣ ସଂପାଦକ ଭାବେ ଜଣକୁ ନେଇଛନ୍ତି । ଆଉ ଅନ୍ୟ କୌଣସି କର୍ମକର୍ତ୍ତାଙ୍କ ତାଲିକା ପ୍ରକାଶ କରିନାହାନ୍ତି । ବରିଷ୍ଠ ଉପସଭାପତି ଭାବେ ୮ ଜଣଙ୍କୁ ଓ ଉପସଭାପତି ଭାବେ ୯ ଜଣଙ୍କୁ ନେଇଛନ୍ତି । ସାଧାରଣ ସଂପାଦକ ହେଡକ୍ୱାର୍ଟର ଭାବେ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଂଜୟ ଦାଶ ବର୍ମାଙ୍କୁ ନେଇଛନ୍ତି । ତାଲିକାରେ ଜଣେ ସାଂସଦ ସ୍ଥାନ ପାଇଥିବା ବେଳେ ଏକାଧିକ ବିଧାୟକଙ୍କୁ ନେଇଛନ୍ତି ଏବଂ ଦୁଇଜଣ ମନ୍ତ୍ରୀ ସ୍ଥାନ ପାଇଛନ୍ତି । ୮ ଜଣ ବରିଷ୍ଠ ଉପସଭାପତି, ୯ ଉପସଭାପତି, ଜଣେ ସାଧାରଣ ସଂପାଦକ ନିଯୁକ୍ତ ହୋଇଛନ୍ତି । ବରିଷ୍ଠ ଉପସଭାପତିରେ ଅନଙ୍ଗ ଉଦୟ ସିଂଦେଓ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରସନ୍ନ ପାଟ୍ଟଶାଣୀ, ପ୍ରଫୁଲ୍ଲ ସାମଲ, ବିଜୟଶ୍ରୀ ରାଉତରାୟ,ଲାଲବିହାରୀ ହିମିରିକା, ଅନନ୍ତ ଦାସ ଓ ବିମ୍ବାଧର କୁଅଁର ରହିଛନ୍ତି । ସେହିଭଳି ଉପସଭାପତି ତାଲିକାରେ ମଙ୍ଗଳା କିଷାନଙ୍କୁ ଟ୍ରିବାଲ ଏମପାଓାରମେଣ୍ଟ ଆଣ୍ଡ ମାଇନରିଟି ଆଫୟାର୍ସ, ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଆର୍ଟ କଲଚର ଆଣ୍ଡ ହ୍ୟୁମାନ ରିସୋର୍ସେସ ଡେଭଲଅପମେଣ୍ଟ, ଦେବୀ ମିଶ୍ରଙ୍କୁ ମୋ ପରିବାର ଦାୟିତ୍ୱ, ବିକ୍ରମ ଆରୂଖଙ୍କୁ ଏନଭାୟୋର୍ଣ୍ଣମେଣ୍ଟ, ଉଷା ଦେବୀଙ୍କୁ ସୋସିଆଲ ଓଲଫେୟାର, ପ୍ରମିଳା ମଲ୍ଲିକଙ୍କୁ ଓମେନ ଏମପାଓାରମେଣ୍ଟ, ବଦ୍ରି ପାତ୍ରଙ୍କୁ ରିଜିଓନାଲ ଡେଭଲଏପମେଣ୍ଟ, ପ୍ରଦୀପ କୁମାର ଅମାତ୍‌ଙ୍କୁ ସଶକ୍ତ ଓଡିଶା ଏବଂ ପଦ୍ମନାଭ ବେହେରାଙ୍କୁ ଏସସି ଏମପାଓାରମେଣ୍ଟ ଭାବରେ ଦାୟିତ୍ୱ ଦିଆଯାଇଛି ।

 

 ନବନିଯୁକ୍ତ ଉପସଭାପତି ଏବଂ ସେମାନଙ୍କ ଦାୟିତ୍ୱ 
 ମଙ୍ଗଳା କିଷାନ- ଆଦିବାସୀ ସଶକ୍ତିକରଣ ଏବଂ ସଂଖ୍ୟାଲଘୁ ବ୍ୟାପାର
ସୌମ୍ୟ ରଂଜନ ପଟ୍ଟନାୟକ– କଳା, ସଂସ୍କୃତି ଏବଂ ମାନବ ସମ୍ବଳ ବିକାଶ
ଦେବୀ ପ୍ରସାଦ ମିଶ୍ର– ‘ଓଡ଼ିଶା ମୋ ପରିବାର’
ବିକ୍ରମ କେଶରୀ ଆରୁଖ– ପରିବେଶ
ଶ୍ରୀମତୀ ଉଷା ଦେବୀ– ସାମାଜିକ କଲ୍ୟାଣ
ଶ୍ରୀମତୀ ପ୍ରମିଳା ମଲ୍ଲିକ– ମହିଳା ସଶକ୍ତିକରଣ
ବଦ୍ରିନାରାୟଣ ପାତ୍ର– ଆଞ୍ଚଳିକ ବିକାଶ
ପ୍ରଦୀପ କୁମାର ଅମାତ୍– ସଶକ୍ତ ଓଡ଼ିଶା
ପଦ୍ମନାଭ ବେହେରା– ଏସସି ସଶକ୍ତିକରଣ
ଦଳର ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ରଂଜନ ମଙ୍ଗରାଜଙ୍କ ଦସ୍ତଖତରେ ଦଳ ପକ୍ଷରୁ ଆଜି ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇଛି । 
Spread the love