ବ୍ୟୋମକେଶ ଯୁବ, ଦେବୀ ତ୍ରିପାଠୀ ଛାତ୍ର ବିଜେଡ଼ି ସଭାପତି

ଭୁବନେଶ୍ୱର : ବିଜୁ ଯୁବ ଜନତା ଓ ବିଜୁ ଛାତ୍ର ଜନତା ଦଳର ଏକ ବୃହତ କମିଟି ଘୋଷଣା କରିବା ପରେ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଏହି ଦୁଇ ମୋର୍ଚ୍ଚାର ରାଜ୍ୟ ସଭାପତି ନିଯୁକ୍ତ କରିଛନ୍ତି । ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ବିଜୁ ଯୁବ ଜନତା ଦଳ ସଭାପତି କରାଯାଇଥିବାବେଳେ ବାଙ୍କୀ ବିଧାୟକ ଦେବୀ ରଂଜନ ତ୍ରିପାଠୀଙ୍କୁ ବିଜୁ ଛାତ୍ର ଜନତା ଦଳର ସଭାପତି କରାଯାଇଛି । ମିଡ଼ିଆ ବ୍ୟାପାର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଏକ ପ୍ରେସ ବିବୃତି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ।

Spread the love