ଝାରସୁଗୁଡ଼ା ଉପନିର୍ବାଚନ: ଘୋଷଣା ହେଲା ବିଜେଡିର ପ୍ରଚାରକ ତାଲିକା, ପ୍ରଚାରକୁ ଓହ୍ଲାଇବେ ନବୀନ

ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ (ବିଜେଡି)ର ଷ୍ଟାର ପ୍ରଚାରକ ତାଲିକା ଘୋଷଣା ହୋଇଛି। ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାରକୁ ଓହ୍ଲାଇବେ ବୋଲି ଜଣାପଡ଼ିଛି। ଗୁରୁବାର ବିଜୁ ଜନତା ଦଳ ଝାରସୁଗୁଡା ଉପନିର୍ବାଚନ ପାଇଁ ନିଜର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ଓ ମନ୍ତ୍ରୀ, ବିଧାୟକ ରହିଛନ୍ତି।
ବିଜେଡି ପକ୍ଷରୁ ଘୋଷଣା କରାଯାଇଥିବା ଷ୍ଟାର ପ୍ରଚାରକ ତାଲିକାରେ ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ସାରଦା ପ୍ରସାଦ ନାୟକ, ନିରଞ୍ଜନ ପୂଜାରୀ, ଅଶୋକ ପଣ୍ଡା, ପଦ୍ମନାଭ ବେହେରା, ସୁଶାନ୍ତ ସିଂହ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚ୍ଚୀ ନାୟକ, ଅରୁଣ ସାହୁ ଓ ପ୍ରତାପ ଜେନା ରହିଛନ୍ତି । ସେହିପରି ତାଙ୍କ ସହିତ ସେହ୍ନାଙ୍ଗିନୀ ଛୁରିଆ, ଟୁକୁନି ସାହୁ, ପ୍ରଶାନ୍ତ ମୁଦୁଲି, ପୁଷ୍ପେନ୍ଦ୍ର ସିଂହଦେଓ, ଦିବ୍ୟଶଙ୍କର ମିଶ୍ର, ରୀତା ସାହୁ, ଅଳକା ମହାନ୍ତି, ଚନ୍ଦ୍ରସାରଥୀ ବେହେରା, ବ୍ରଜକିଶୋର ପ୍ରଧାନ, ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ, ବିକ୍ରମ କୁମାର ପଣ୍ଡା, ନଳିନୀ କାନ୍ତ ପ୍ରଧାନ, ସରୋଜ ମେହେର ଅଛନ୍ତି।

ସୂଚନାଯୋଗ୍ୟ ଯେ, ନବ ଦାସଙ୍କ ଦେହାନ୍ତ ପରେ ଝାରସୁଗୁଡାରେ ହେଉଛି ଉପନିର୍ବାଚନ। ଆସନ୍ତା ମେ ୧୦ରେ ଝାରସୁଗୁଡା ଭୋଟ୍ ପଡିବାକୁ ଥିବାବେଳେ, ମେ ୧୩ରେ ଆସିବ ରେଜଲ୍ଟ।

Spread the love