ବିଜେଡିର ୨୫ ବର୍ଷ ପୂର୍ତ୍ତି ଅବସରରେ ବିଜୁ ମହିଳା ଜନତା ଦଳର ବୈଠକ

ବିଜେଡିର ୨୫ ବର୍ଷ ପୂର୍ତ୍ତି ଅବସରରେ ବିଜୁ ମହିଳା ଜନତା ଦଳର ବୈଠକ । ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ବୈଠକରେ ସମସ୍ତ ମହିଳା ସାଂସଦ, ବିଧାୟକ ଓ ନେତୃବୃନ୍ଦ ସାମିଲ ଥିଲେ ।ଆସନ୍ତା ଡିସେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ କରିବ ବିଜୁ ମହିଳା ଜନତା ଦଳ । ତୃଣମୂଳ ସ୍ତରରେ ଦଳକୁ ସଂଗଠିତ କରାଯିବ । ଅଧିକରୁ ଅଧିକ ମହିଳାଙ୍କୁ ସାମିଲ କରିବା ନେଇ ନିଷ୍ପତ୍ତି ହୋଇଛି ।

ରାଜ୍ୟରୁ ପଂଚାୟତସ୍ତର ପର୍ଯ୍ୟନ୍ତ ମହିଳାଙ୍କୁ ନେଇ ବକ୍ତୃତା, ବୃକ୍ଷରୋପଣ, ରକ୍ତଦାନ ଶିବିର, ସାସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏସଏଚଜି ମାଧ୍ୟମରେ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା କିଭଳି ପହଞ୍ଚିବ ସେନେଇ ଆଲୋଚନା ହୋଇଛି ।

Spread the love