ଚାନ୍ଦବାଲି ଏନଏସିରେ ବିଜେଡି ପ୍ରାର୍ଥୀନୀ ଶାନ୍ତିଲତା ସେଠୀ ବିଜୟୀ

ଭଦ୍ରକ ୨୬/୦୩ : ଆଜି ସାରା ରାଜ୍ୟରେ ପୌର ନିର୍ବାଚନ ଫଳାଫଳ ପ୍ରକାଶ ପାଉଛି । ଅଧିକାଂଶ ସ୍ଥାନରେ ଶାସକ ଦଳ ବିଜେଡି ବାଜିମାତ କରିଥିବା ଜଣା ପଡ଼ିଛି। ସେହି ପରି ଭାବେ ଭଦ୍ରକ ଜିଲ୍ଲାରେ ବିଜେଡି ୧୧ଟି କାଉନସିଲର ପଦ ହାତେଇଥିବା ବେଳେ ବିଜେପି ୩ଟି ଆସନରେ ବିଜୟୀ ହୋଇଛି । ସେଠାରେ ମାତ୍ର ଗୋଟିଏ ଆସନରେ କଂଗ୍ରେସ ଜିତି ନିଜର ଖାତା ଖୋଲିଛି ।

ଭଦ୍ରକ ଚାନ୍ଦବାଲି ଏନଏସିରେ ବିଜେଡି ପାର୍ଥୀନୀ ଶାନ୍ତିଲତା ସେଠୀ ମୋଟ ୭,୮୫୬ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିପକ୍ଷ ଦଳ ବିଜେପି ୬, ୯୦୬ଟି ଭୋଟ ହାତେଇଛି । ସେହି ପରି କଂଗ୍ରେସ ଏହି ଆସନରେ ୧୭୫୨ ଖଣ୍ଡ ଭୋଟ ପାଇଥିବା  ଜଣାପଡ଼ିଛି । ତେବେ ବିଜେଡିର ଶାନ୍ତିଲତା ସେଠୀ ବିଜେପିର ପ୍ରାର୍ତୀନୀ ସଙ୍ଗୀତା ବେହେରାଙ୍କ ୯୫୦ ଖଣ୍ଡ ଅଧିକ ପାଇ ବିଜୟର ସ୍ୱାଦ ଚାଖିଛନ୍ତି ।

Spread the love