ପଶ୍ଚିମ ଓଡିଶାବାସୀଙ୍କ ସହ ପ୍ରତାରଣା ହୋଇଛି:ବିଜେପି

ପଶ୍ଚିମ ଓଡିଶାବାସୀଙ୍କ ଅନୁରୋଧ ଏବଂ ନିଜର ପଶ୍ଚିମ ଓଡିଶା ପାଇଁ ଥିବା ଆନ୍ତରିକତା କ୍ରମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ସାଧାରଣ ନିର୍ବାଚନରେ ବିଜେପୁର ବିଧାନସଭାରୁ ନିର୍ବାଚନ ଲଢିଥିଲେ । ନବୀନବାବୁ ପଶ୍ଚିମ ଓଡିଶାରୁ ନିର୍ବାଚନ ଲଢିଲେ ଏବଂ ଜିତିଲେ । ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡିଶାକୁ ଗୁରୁତ୍ୱ ଦେଉଛନ୍ତି ଏବଂ ଅନେକ ଯୋଜନା କରୁଛନ୍ତି ବୋଲି
ଡିଣ୍ଡିମ ପିଟୁଛନ୍ତି ।

ମାତ୍ର ବର୍ତମାନ ସେହି ନବୀନବାବୁ କାହିଁକି ବିଜେପୁରବାସୀଙ୍କୁ ପ୍ରତ୍ୟାଖାନ କଲେ, ତାହା ଆଶ୍ଚର୍ଯ୍ୟର ବିଷୟ ବୋଲି
ବିଜେପି ବିଧାୟକ ଶ୍ରୀ ଜୟ ନାରାୟଣ ମିଶ୍ର ପ୍ରଶ୍ନ କରିଛନ୍ତି ।
୨୦୧୮ ମସିହା ବିଜେପୁର ଉପ ନିର୍ବାଚନ, ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନ ଏବଂ ଆସନ୍ନ ଉପ ନିର୍ବାଚନ ପାଇଁ ପ୍ୟାକେଜ ଘୋଷଣା ନାଁରେ ବିଜେପୁରବାସୀଙ୍କୁ ପ୍ରତାରିତ କରିଛନ୍ତି । ଗୋଟିଏ ମଧ୍ୟ ପ୍ରତିଶୃତି ପାଳନ କରାଯାଇ ନାହିଁ । କେବଳ ଗୋଟିଏ ଘୋଷଣାକୁ ବାରମ୍ବାର କହି ମୁଖ୍ୟମନ୍ତ୍ରୀ ବିଜେପୁରବାସୀଙ୍କ ସମେତ ସମଗ୍ର ପଶ୍ଚିମାଂଚଳବାସୀଙ୍କ ଭାବନା ସହ ଖେଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି । ବିଜେପୁର ହେବାକୁ ଥିବା ଉପ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ସରକାର ବିଜେପୁର ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା
କରିଛନ୍ତି । ଏହା ରାଜ୍ୟ ସରକାରଙ୍କ ପଂଚମ ପାଳିରେ ପ୍ରଥମ ପ୍ରତାରଣା ବୋଲି ମଧ୍ୟ ଶ୍ରୀ ମିଶ୍ର କହିଛନ୍ତି । ଶ୍ରୀ ମିଶ୍ର କହିଛନ୍ତି ଯେ, ୨୦୧୮ ମସିହାରେ ବିଜେପୁର ଉପ ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ନବୀନବାବୁ ବିଜେପୁର ପାଇଁ ଯାହା ପ୍ୟାକେଜ ଘୋଷଣା କରିଥିଲେ ସେଥିରୁ ଏବେ ଯାଏ କେଉଁ ଗୋଟିଏ ପ୍ରକଳ୍ପର କାମ ଆରମ୍ଭ ହୋଇନାହିଁ । ପୂର୍ବରୁ ବାରମ୍ଭାର ମିଥ୍ୟା ପ୍ରତିଶୃତି ଦେଇ ପ୍ରତରଣା କରିବାରେ ମାହିର ଥିବା ନବୀନ ବାବୁ ନିଜେ ବିଜେପୁରରୁ ଲଢି ଆଉ ମିଥ୍ୟା ପ୍ରତିଶୃତି ଦେଇ
ବିଜେପୁର ବାସୀଙ୍କୁ ଅପମାନିତ କରି ଚାଲିଛନ୍ତି । ନବୀନବାବୁ ଘୋଷଣା କରିଥିବା ପ୍ୟାକେଜ୍ ବିଜେପୁରବାସୀଙ୍କ ପାଇଁ ପ୍ରତାରଣା ସଦୃଶ । ଏହି ପ୍ୟାକେଜରେ ନୁଆ କଥା କିଛି ନାହିଁ । କେବଳ ପୁରୁଣା ଘୋଷଣାକୁ ଆଉ ଥରେ ଘୋଷଣା କରିଛନ୍ତି । ପୂର୍ବରୁ ଘୋଷଣା କରିଥିବା ଗଙ୍ଗାଧର େଙ୍କେହର ଜଳ ପ୍ରକଳ୍ପ କୁଆଡେ ଗଲା ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି ? ପଶ୍ଚିମ ଓଡିଶାରେ ତୈଳ ବିଶୋଧନାଗାର, ଆଇଆଇଏମ୍ ଶିକ୍ଷାନୁଷ୍ଠାନ, ବୁର୍ଲାରେ ସୁପରସ୍ପେଷାଲିଷ୍ଟ ହସ୍ପିଟାଲ ଏବଂ ଝାରସୁଗୁଡାରେ ଏୟାରପୋର୍ଟ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି । କିନ୍ତୁ ପଶ୍ଚିମ ଓଡିଶାରେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଗୋଟିଏ ହେଲେ ବି ଜନହିତକର ପଦକ୍ଷେପ ନେଇନାହାନ୍ତି ଯେଉଁଥିରେ ପଶ୍ଚିମ ଓଡିଶାବାସୀ ଖୁସି ହେବେ । କେବଳ ପ୍ୟାକେଜ ଘୋଷଣା କରି ବିଜେପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀ ଆଉ କେତେ ଦିନ ପ୍ରତାରଣା କରିବେ? ଆଗାମୀ ଦିନରେ ଏଭଳି ପ୍ରତାରଣାର ଜବାବ୍
ବିଜେପୁରବାସୀ ନିଶ୍ଚିତ ଦେବେ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଏହି ଅବସରରେ ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି ଉପସ୍ଥିତ
ଥିଲେ ।

Spread the love