ଏପ୍ରିଲ ୧୯ରେ ବିଜେପି ଏବଂ ଭିଏଚପିର ବନ୍ଦ ଡାକରା, ଶାନ୍ତି ପାଇଁ ପଦଯାତ୍ରା କରିବ ବିଜେଡି

ଭୁବନେଶ୍ବର: ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଗତ ବୁଧବାର ଠାରୁ ସମ୍ବଲପୁରରେ ଉତ୍ତେଜନାପୂର୍ଣ୍ଣ ଥିବା ବେଳେ ଏପ୍ରିଲ ୧୯ ତାରିଖରେ ବିଜେପି ଓ ବିଶ୍ବ ହିନ୍ଦୁ ପରିଷଦ ପଶ୍ଚିମଓଡ଼ିଶାର ୧୦ଟି ଜିଲ୍ଲା ସହିତ ଅଭିଭକ୍ତ କୋରାପୁଟ ଜିଲ୍ଲାରେ ବନ୍ଦ ଡାକରା ଦେଇଛି। ତେବେ ଏହି ସମୟରେ ବିଜେଡି ଶାନ୍ତି ପାଇଁ ପଦଯାତ୍ରା କରିବ। ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି ବିଜ୍ଞପ୍ତି ପ୍ରକାଶ କରି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ବିଜେଡି ମୁଖପାତ୍ର ଶ୍ରୀମୟୀ କର ଏକ ବୟାନ ଜାରି କରି କହିଛନ୍ତି, ସମ୍ବଲପୁରକୁ ଶାନ୍ତି ଫେରୁଥିବା ବେଳେ ଓଡ଼ିଶା ବିଜେପି ରାଜନୈତିକ ଉଦ୍ଦେଶ୍ୟ ହାସଲ କରିବାକୁ ଚାହୁଁଛି। ଏହା ସବୁବେଳେ ସେମାନଙ୍କର ରଣନୀତି। ସମ୍ବଲପୁର ହିଂସା ଘଟଣାରେ ଯେଉଁମାନେ ସଂପୃକ୍ତ ଅଛନ୍ତି, ସେମାନଙ୍କର ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଉଛି। ତେବେ ବିଜେପିର ଏହି ରାଜନୈତିକ ରଣନୀତିକୁ ସାଢ଼େ ୪କୋଟି ଲୋକ ନିନ୍ଦା କରୁଛନ୍ତି।

ସୂଚନାଯୋଗ୍ୟ, ସମ୍ବଲପୁରରେ ହିଂସା ନେଇ ବିଜେପି ଓ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଏପ୍ରିଲ ୧୯ ତାରିଖରେ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ପାଳନ ଅଭିଭକ୍ତ କୋରାପୁଟ ଜିଲ୍ଳା (କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ନବରଂଗପୁର), ପଶ୍ଚିମଓଡ଼ିଶାର ସମସ୍ତ ଜିଲ୍ଲାରେ ହେବ ବୋଲି ଜଣାପଡ଼ିଛି।

Spread the love