ବିଜେଡି ନୂଆ ନାଟକ କରୁଛି : ବିଜେପି

କୋଇଲା ଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କୁ ସିବିଆଇ ଜେରା କରିଛି । ବାଲେଶ୍ୱର ସାଂସଦ ରବିନ୍ଦ୍ର ଜେନା ଚିଟଫଣ୍ଡ ଠକେଇରେ ଏବେ ବେଲରେ ଅଛନ୍ତି । ଏ ସମସ୍ତ ତଥ୍ୟ ନବିନ
ଓ ରବିନ୍ଦ୍ର ସେମାନଙ୍କର ନାମାଙ୍କନ ସତ୍ୟପାଠରେ ଦେଇ ନାହାନ୍ତି । ସେଥିରୁ ବଂଚିବା ପାଇଁ ବର୍ତମାନ ବିଜେପି ନେତା
ବୈଜୟନ୍ତ ପଣ୍ଡାଙ୍କ ନାଁରେ ଅଭିଯୋଗ କରି ବିଜେଡି ନୁଆ ନାଟକ କରୁଛି ବୋଲି ପ୍ରତିକ୍ରିୟା ଦେଇ କହିଛନ୍ତି ବିଜେପିର ମୁଖପାତ୍ର ଗୋଲକ ମହାପାତ୍ର । ଶ୍ରୀ ମହାପାତ୍ର କହିଛନ୍ତି ଯେ, ଯେତେବେଳେ ବୈଜୟନ୍ତ ବାବୁ ବିଜେଡି ଦଳରେ ଥିଲେ ସେତେବେଳେ ସବୁ କଥା ଠିକ୍ ଥିଲା । ତାଙ୍କ ଦଳ ଯିଏ ଛାଡିବ ତାର ସାଙ୍ଗେ ସାଙ୍ଗ୍ ସବୁ ଭୁଲ୍ ହୋଇଯିବ ।

ବିଜେଡି ଗୋଟିଏ ପ୍ରଶ୍ନର ଉତର ଦେଇପାରିବେ କି ଯେ, ମୁଖ୍ୟମନ୍ତ୍ରୀ ତାଙ୍କର ସତ୍ୟପାଠରେ କୋଇଲା ଦୁର୍ନୀତିରେ ସିବିଆଇ ଜେରା କରିଥିବା କଥା ଉଲ୍ଲେଖ କରିନାହାଁନ୍ତି କାହିଁକି ? ବର୍ତମାନ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରିଙ୍କ ତାଙ୍କୁ ବଂଚେଇ ଦେଲେ ହେଲେ ଆଇନ ହାତରୁ ସେ ଖସି ଯିବେକି ?
ସେହିପରି ବିଜେଡିର ବାଲେଶ୍ୱର ସାଂସଦ ପାର୍ଥୀ ରବିନ୍ଦ୍ର ଜେନାଙ୍କୁ ଚିଟଫଣ୍ଡ ଠକେଇରେ ସିବିଆଇ ଜେରା କରିଥିଲା । ସେ ଏବେ ବେଲ୍ରେ ଅଛନ୍ତି । ସେ କଥା ସେ ସତ୍ୟପାଠରେ ଦେଇ ନାହାନ୍ତି । ବିଜେଡି ଦଳ ପ୍ରଥମେ ମୁଖ୍ୟମନ୍ତ୍ରୀ ନବିନ ବାବୁ ଓ ବାଲେଶ୍ୱର ସାଂସଦ ରବିନ୍ଦ୍ର ଜେନାଙ୍କର ସତ୍ୟପାଠକୁ ଟିକେ ଆଗ ଦେଖନ୍ତୁ । ନିଜ ଘର ଭିତର ଅବସ୍ଥାକୁ ପ୍ରଥମେ ଦେଖିକି ଏହାର ଉତର ଦିଅନ୍ତୁ । ବର୍ତମାନ ହାରିବା ଭୟରେ ଏହିଭଳି ବିଭିନ୍ନ ପ୍ରକାର
ପ୍ରଳାପ ବିଜୁ ଜନତା ଦଳ ଆରମ୍ଭ କରିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି

Spread the love