ବିଜେପିରେ ସାମିଲ ହେଲେ ଭୁବନେଶ୍ୱର ବିଜେଡିର ବହୁ ଯୁବନେତା ଓ କର୍ମୀ

ଦୀର୍ଘ୨୨ବର୍ଷ ଧରି ରାଜ୍ୟରେ ଶାସକ ବିଜେଡି ଭୂବନେଶ୍ୱର ବାସୀଙ୍କୁୁ ପ୍ରତାରଣା କରି ଆସୁଛନ୍ତି । ନିର୍ବାଚନ ସମୟରେ କେବଳ ପ୍ରତିଶୃତିର ଧୁଆଁବାଣ ଦେଇ ଭୋଟ ହାତେଇବା ବିଜେଡିର ଏକ ମାତ୍ର ମୁଳ ଉଦ୍ଦେଶ୍ୟ । ଭୂବନେଶ୍ୱରବାସୀଙ୍କ ପାଇଁ “ସ୍ମାର୍ଟ ସିଟି” ଆଜି ଦୁଃସ୍ୱପ୍ନରେ ପରିଣତ ହୋଇଛି । ନାଳ, ନର୍ଦ୍ଦମା, ସ୍ୱେରେଜ, ପାନୀୟ ଜଳ, ରାସ୍ତାଘାଟ ଭଳି ମୈାଳିକ ସୁବିଧା ପାଇବାରୁ ବଂଚିତ ହେଉଛନ୍ତି । ଶାସକ ବିଜେଡି ଆଜି ଦୁର୍ନୀତି ଓ ଭ୍ରଷ୍ଟାଚାର ଦୁର୍ନୀତିର ଗନ୍ତାଘର ସାଜିଛି ଏବଂ ଅନ୍ୟ ପଟେ ନିର୍ଦ୍ଧିଷ୍ଟ ପ୍ରଶାସନିକ ଅଧିକାରୀମାନଙ୍କ ସହାୟତାରେ ବିକାଶ ପାଇଁ ଆସୁଥିବା ବ୍ୟାପକ ଅର୍ଥକୁ ହରିଲୁଟ୍ କରୁଛନ୍ତି । ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବହୁ ସଂଖ୍ୟାରେ ବିଜେଡି ନେତା ଓ କର୍ମୀମାନେ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । କୋଭିଡ ନିୟମକୁ ପାଳନ କରି ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଉପସ୍ଥିତିରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଭୂବନେଶ୍ୱର ସହୀଦ ନଗରର ଶ୍ରୀରାମ ତ୍ରିପାଠୀ, ସମରଦୀପ ରାୟ, ଆଲୋକ ସାହୁ, ସନାତନ ବେହେରା, ମୁନା ବେହେରା, ବିଭୁଦତ ବିଶ୍ୱାଳ, ଚିତରଞ୍ଜନ ମହାପାତ୍ର, ପ୍ରଦୀପ କୁମାର ନାୟକ, ଦୁଷ୍ମନ୍ତ ବେହେରା, ଶକ୍ତି ସ୍ୱାଇଁ, ଦୁର୍ଗା ରାଉତ, ଅଥିଥି ବେହେରା, ସୁକାନ୍ତ ବାରିକ, ଦିଲିପ୍ ରାଉତ, ବ୍ରହ୍ମାନନ୍ଦ ଧଳ, ଅଭୟ ମହାନ୍ତି, ସୁନୀଲ ସେଠୀ, ଅଭିମନ୍ୟୁ ବାରିକ, ସନ୍ଦିପ ପ୍ରସାଦ ବେହେରା, ମନୋରଞ୍ଜନ ଜେନା, ଶରତ କୁମାର ପାଣିଗ୍ରାହୀ ବିଜେଡି ଦଳ ପରିତ୍ୟାଗ କରି ବିଜେପିରେ ଯୋଗଦାନ କରିଛନ୍ତିି ।

ଭୂବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନଙ୍କ ଉପସ୍ଥିତିରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର, ନୂତନ ସଦସ୍ୟ ଭାବେ ବିଜେପିରେ ସାମିଲ ହୋଇଥିବା ସମସ୍ତଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ ଜଣାଇଥିଲେ । ଭୂବନେଶ୍ୱର ବାସୀଙ୍କ ସ୍ୱାର୍ଥ ରକ୍ଷା କରିବା ପାଇଁ ଯେଉଁ ଲଢେଇ ଆରମ୍ଭ କରିଛନ୍ତି ଏହି ଯୁବସାଥୀ ମାନଙ୍କ ଯୋଗଦାନ ଏ ଲଢେଇକୁ ଆହୁରି ଶାଣିତ କରିବ । ଏହି ଯୋଗଦାନ ଫଳରେ ଭାରତୀୟ ଜନତା ପାର୍ଟିକୁ ଆହୁରି ଶକ୍ତିଶାଳୀ କରିବ ବୋଲି ରାଜ୍ୟ ସଭାପତି ଶ୍ରୀ ମହାନ୍ତି କହିଛନ୍ତି ।

Spread the love