କୋଠା ସିଲ୍ ନିଷ୍ପତ୍ତି ପ୍ରଶାସନର: ବିଜେଡି

ଭୁବନେଶ୍ୱର, ୧୦/୧୦: କୌଣସି କୋଠାକୁ ସିଲ୍‍ କରିବା ହେଉଛି ସମ୍ପୂର୍ଣ୍ଣ ପ୍ରଶାସନିକ ନିଷ୍ପତ୍ତି ଏବଂ ଏ  ସଂକ୍ରାନ୍ତରେ ବିଜେଡି କୌଣସି ମତାମତ ଦେବାକୁ ଚାହେଁ ନାହିଁ। ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଏହା କହିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ।  ଶ୍ରୀମତୀ ଦେଓ କହିଛନ୍ତି ଯେ, ସାଧାରଣ ଲୋକଙ୍କ ଧନ ଜୀବନର ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ  ଅତୀତରେ ସମଗ୍ର ରାଜ୍ୟରେ ଅନେକ କୋଠା, ହୋଟେଲ ଆଦିକୁ ସିଲ୍‍ କରାଯାଇଛି। ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆଗାମୀ ଦିନରେ ଆବଶ୍ୟକ ପଡିଲେ ମଧ୍ୟ ଏଭଳି ସିଲ୍‍ କରାଯିବ। ତେଣୁ ଏହା ଉପରେ ମତ ଦେବା ଆଦୌ ସମୀଚିନ ନୁହେଁ। ଏହା ହେଉଛି ମାନବିକତା ଏବଂ ଆମେ ସମସ୍ତେ କୋଭିଡ ନିୟମ ମାନି ଏହି ମହାମାରୀ ବିରଦ୍ଧୁ ରେ ଏକଜୁଟ ହୋଇ ଲଢେଇ କରିବାର ଅଛି ବୋଲି ଶ୍ରୀମତୀ ଦେଓ କହିଛନ୍ତି ।

Spread the love