ଶଙ୍ଖଧ୍ୱନୀରେ ଧରାଶାୟୀ ବିରୋଧୀ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ପ୍ରଥମ ଦିନ ଗଣତିରେ   କ୍ଲିନ ସୁଇପ ଅଭିମୁଖେ ବିଜେଡି। ପ୍ରଥମ ଦିନର  ଗଣତିରେ ବରୋଧୀ ଦଳ ବିଜେଡି ଆଗରେ ମୁଣ୍ଡ ଟେକି ପାରିନାହିଁ। ବିଜେଡିର ଏହି ସଫଳତା ପଛରେ ଦଳର  ନେତୃତ୍ୱ ପ୍ରସଂଶା ଯୋଗ୍ୟ। ଠିକଣା ସମୟରେ ଠିକ ରଣନୀତି ଓ ଉପଯୁକ୍ତ ପରିଚାଳନା ଯୋଗୁଁ ଦଳ ପ୍ରତିନିର୍ବାଚନରେ ସଫଳତାର ଶୀର୍ଷରେ ପହଂଚୁଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କର୍ମୀ ଓ କର୍ମକର୍ତାଙ୍କୁ ଯେଉଁ ପରାମର୍ଶ ଦେଇଥିଲେ, ତାହାର ସୁଫଳ ମିଳିଛି। କୌଣସି ଦଳର ସଫଳତା ପାଇଁ  କର୍ମୀଙ୍କ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା ଓ ପରିଚାଳନା  ଗୁରୁତ୍ୱ ବହନ କରେ। ସେହି ଗୁରୁଦାୟିତ୍ୱକୁ କାନ୍ଧରେ ବୋହି ବାସ୍ତବ ରୂପ ଦେଇଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପ୍ରମର୍ଶଦାତା ତଥା ସାଧାରଣ ସମ୍ପାଦକ (ଗଣମାଧ୍ୟମ) ମାନସ ମଙ୍ଗରାଜ।

ଶନିବାର ୩୧୫ ଆସନ ପାଇଁ ଗଣତି ହେଉଛି। ବିଜେଡି ୨୮୦ରୁ ଅଧିକ ଆସନରେ ଆଗରେ ରହିଛି। ବିଜେପି ପ୍ରାୟ ୧୫ ଆସନ ପାଇଛି। କଂଗ୍ରେସକୁ ୧୫-୨୦ ଆସନ ଭିତରେ ସନ୍ତୁଷ୍ଟ ହେବାକୁ ପଡିବ।  ୨୦୧୭ ନିର୍ବାଚନରେ ୮୪୯ ଆସନରୁ ବିଜେଡି ଜିତିଥିଲା ୪୭୬ ଆସନ। ସଫଳତା ହାର ଥିଲା ୫୬ ପ୍ରତିଶତ। ବିଜେପି ୨୯୭ ଅର୍ଥାତ ୩୫ ପ୍ରତିଶତ ସିଟ୍‌ ପାଇଥିଲା। କଂଗ୍ରେସ ୬୦ ଅର୍ଥାତ ୭ ପ୍ରତିଶତ ଆସନ ପାଇଥିଲା। ଅର୍ଥାତ ୨୦୧୭ ତୁଳନାରେ ପ୍ରଥମ ପର୍ଯ୍ୟାୟ ତୁଳନା କଲେ ବିଜେପି ପ୍ରାୟ ୨୭ ପ୍ରତିଶତ ସିଟ୍‌ ହରାଇଛି ଓ କଂଗ୍ରେସ ଦେଢ଼ରୁ ରୁ ୨ ପ୍ରତିଶତ ସିଟ୍‌ କ୍ଷତି ସହିଛି।  ଯଦି ପ୍ରଥମ ଦିନର ଟ୍ରେଣ୍ଡ ଜାରି ରହେ ତେବେ ବିଜେଡି ପ୍ରାୟ ୭୨୫ଟି ଆସନ ଦଖଲ କରି ନେବ। ବିଜେଡି ପାଇଁ ଏହା ଐତିହାସିକ ସଫଳତା ହେବ। ୨୦୦୦ ମସିହାରୁ ଶାସନ କ୍ଷମତାରେ ଅଛନ୍ତି। ପ୍ରତି ନିର୍ବାଚନରେ ମିଳୁଛି ବିପୁଳ ସଫଳତା। ବିଧାନସଭା ନିର୍ବାଚନ ହେଉ କି ସ୍ଥାନୀୟ ନିର୍ବାଚନ, ବଢୁଛି ସଫଳତା ହାର। ବିରୋଧୀଙ୍କୁ ଧକ୍କା ପରେ ଧକ୍କା ଲାଗୁଛି। ୨୦୨୨ ନିର୍ବାଚନର ପ୍ରଥମ ଦିନ ଗଣତିରେ ୧୫ରୁ ଅଧିକ ଜିଲ୍ଲାରେ ବିଜେପି ଖାତା ଖୋଲିନି। ସେହିପରି ୨୦ରୁ ଅଧିକ ଜିଲ୍ଲାରେ କଂଗ୍ରେସ ହାତ ଖାଲି।

Spread the love