ବିଜେଡି ସସଂଦୀୟ ଦଳ ବୈଠକରେ ନିଷ୍ପତ୍ତି, ଏଥର ରାଜ୍ଯର ସମସ୍ଯା ନେଇ କେନ୍ଦ୍ରକୁ ଘେରିବ ବିଜେଡି

ସଂସଦ ଅଧିବେଶନ ପୂର୍ବରୁ ମୁଖ୍ଯମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱ ପୂର୍ଣ୍ଣ ବିଜେଡି ସସଦୀୟ ଦଳ ବୈଠକ ବସିଛି। ଏଥର ରାଜ୍ଯର ସମସ୍ଯା ନେଇ କେନ୍ଦ୍ରକୁ ଘେରିବ ବୋଲି ବିଜେଡି ନିଷ୍ପତ୍ତି ନେଇଛି ।
ଅନେକ ଦିନ ହେବ ମହିଳା ସଂରକ୍ଷଣ ବିଲ , କୃଷକମାନଙ୍କ ସମସ୍ଯା, ଆବାସ ଯୋଜନାରେ ୧୫ ଲକ୍ଷ ଘରକୁ ବନ୍ଦ କରିଛି କେନ୍ଦ୍ର । ଏହାକୁ ପୁଣି ଥରେ ଲାଗୁ କରିବା ପାଇଁ ଦାବି ରଖିବ ବିଜେଡି।
ଏହା ବ୍ଯତୀତ ଅନେକ ଯୋଜନା ରହିଛି ଯାହାକୁ କେନ୍ଦ୍ର ଅବହେଳା କରୁଛି, ତାହା ତ୍ୱରାନ୍ଵିତ କରିବାକୁ ଦାବି ରଖିବା ସହ NH କାର୍ଯ୍ୟ ସରି ପାରୁନଥିବା ଓ ନିମ୍ନମାନର କାର୍ଯ୍ଯ ନେଇ ମଧ୍ୟ କଥା ଉଠେଇବ । ଓଡ଼ିଶା ବନ୍ଯା ବାତ୍ୟାରେ ଯୁଝି ହେଉଚି । ସ୍ପେଶାଲ କ୍ଯାଟାଗୋରି ପାଇଁ ଅନେକ ଦିନରୁ ଦାବି ହେଉଚି, ନହେଲେ ସ୍ୱତନ୍ତ୍ର ପ୍ଯାକେଜ ପାଇଁ ଦାବି କରିବୁ । ଓଡ଼ିଶାର ଟେକ୍ ରଖିବା ପାଇଁ ଓଡ଼ିଶାର ଦାବିଗୁଡିକ ସମସ୍ତ ଲୋକସଭା ଓ ରାଜ୍ଯସଭାର ସାସଂଦମାନେ ପାର୍ଲିଆମେଣ୍ଟରେ ଦାବି ରଖିବେ ବୋଲି ଆଜିର ବୈଠକରୁ ଜଣାପଡିଛି ।

Spread the love