କେନ୍ଦ୍ର ମାନୁ ସଂଘୀୟ ବ୍ୟବସ୍ଥା : ପ୍ରଣବ

ଭୁୁୁବନେଶ୍ୱର, ୨୬/୧୨ : ରରମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ସମସ୍ତଙ୍କୁ ସଂଘୀୟ ବ୍ୟବସ୍ଥାର ପାଠ ସମସ୍ତଙ୍କୁ ପଢ଼ାଇଛନ୍ତି ଓ ସମସ୍ତଙ୍କୁ ସମ୍ମାନ ଜଣାଇଛନ୍ତି। ତାଙ୍କର ଆଚାର ବିଚାର ଓ କାର୍ଯ୍ୟରେ ବିରୋଧୀଙ୍କ ପାଇଁ ବି ସମ୍ମାନ ଥାଏ। ତାଙ୍କର ପ୍ରତିହିଂସା ପରାୟଣ ରାଜନୀତି ନାହିଁ। ତାହା ହିଁ ସଂଘୀୟ ବ୍ୟବସ୍ଥା। ଯେତେବେଳେ କେନ୍ଦ୍ର ସେହି ସମ୍ମାନ ଦେବ, ତେବେ ଦେଶ ଆହୁରି ବିକଶିତ ହେବ। ଆଜି ତାଙ୍କ ପାଇଁ ମାଲକାନଗିରିରୁ ମୟୁରଭଞ୍ଜ ସମସ୍ତେ ସମାନ। ସେହି ବିଚାରଧାରାକୁ କାର୍ଯ୍ୟ କରିବାରୁ ବିକାଶଧାରା ମାଲକାନଗିରିରୁ ମୟୁରଭଞ୍ଜ ଯାଏ ହୋଇପାରିଛି। ତେଣୁ ସେହିଭଳି ଯଦି ସମସ୍ତେ ସଂଘୀୟ ବ୍ୟବସ୍ଥା ମାନି କାମ କରିବେ, ଦେଶ ଆହୁରି ବିକଶିତ ହେବ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର କହିଛନ୍ତି ଯେବେ ରାଜନୀତି ଆରମ୍ଭ କଲେ, ଦିଲ୍ଲୀରେ କେହି ତାଙ୍କ boss ନାହାନ୍ତି। ରାଜ୍ୟବାସୀ ତାଙ୍କ boss। ତାଙ୍କ ପାଇଁ ସେବକ ହୋଇ ଆମ କାମ କରିବୁ। ଓଡ଼ିଶାବାସୀ ଆମ ମାଲିକ। ଯଦି କେହି ଆଧୁନିକ ଓଡ଼ିଶା ଗଢ଼ିଥିଲେ, ସେ ଆମ ଆଦର୍ଶ ଯାହା ନାଁରେ ବିଜେଡି ଗଠନ ହୋଇଛି। ତା ପରେ ତାଙ୍କ ପୁଅ ଆସିଛନ୍ତି ଓ ଓଡ଼ିଶାର ବିକାଶ ପାଇଁ ବିଭିନ୍ନ କାର୍ଯ୍ୟ କରିଛନ୍ତି, ତାହାର ସଫଳ ରୂପାୟନ ଆହୁରି ତୀବ୍ର ହେବ, ତାହାର ବାର୍ତ୍ତା ଆଜି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାଜପର ସଭାରେ ଏହା କହିଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ l

Spread the love