ଆସନ୍ତା ୧୪,୧୫,୧୬ରେ ପଞ୍ଚାୟତରୁ ରାଜଭବନ ସବୁଠି ବିକ୍ଷୋଭ କରିବ ବିଜେଡି

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମିଳୁଥିବା ଅତିରିକ୍ତ ୫ କେଜି ଚାଉଳ ବନ୍ଦ ହେବାକୁ ନେଇ ପ୍ରତିବାଦ କରିବ ବିଜେଡି । ୧୪,୧୫,୧୬ ତିନି ଧରି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ଶାସକ ଦଳ । ପ୍ରେସମିଟ୍ କରି ଶାସକ ବିଜେଡି ପକ୍ଷରୁ କୁହାଯାଇଛି, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଯେଉଁ ଚାଉଳ କାଟ ହୋଇଛି ତାହାକୁ ତୁରନ୍ତ ଲାଗୁ କରାଯାଉ । କୋଭିଡ କାରଣରୁ ଗରିବ ଲୋକଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । ଏଭଳି ସ୍ଥଳେ ଚାଉଳ କାଟିବା କାରଣରୁ ଓଡ଼ିଶାର ୩ କୋଟି ୨୫ ଲକ୍ଷ କ୍ଷତିଗ୍ରସ୍ତ ହେବେ । ସେହିଭଳି ବିଜେଡି ପକ୍ଷରୁ କୁହାଯାଇଛି ଯେ, ଧାନ କ୍ରୟ କ୍ଷେତ୍ରରେ ୨୦ ହଜାର କୋଟି ଟଙ୍କା ବଜେଟରେ କମ କରାଯାଇଛି । ଉଷୁନା ଚାଉଳ ୧୮ ଲକ୍ଷ ମେଟ୍ରିକ ଟନ ଉଠୁଥିବା ବେଳେ ବର୍ତ୍ତମାନ ତାହା ୪ ଲକ୍ଷକୁ କମ କରାଯାଇଛି । କେବଳ ବରଗଡ଼ ଜିଲ୍ଲାରେ ୪ ଲକ୍ଷ ଟନ ଉଷୁନା ଚାଉଳ ଆସୁଛି ।ଏଭଳି ସ୍ଥଳେ ଆଉ ୨୯ ଜିଲ୍ଲା କଣ କରିବେ । ଏଭଳି ନିଷ୍ପତ୍ତି ଦ୍ୱାରା ଧାନ କିଣା ବାଧାପ୍ରାପ୍ତ ହେବ ଓ ପଶ୍ଚିମ ଓଡ଼ିଶାର ଚାଷୀ ବହୁଳ ମାତ୍ରାରେ ପ୍ରଭାବିତ ହେବେ । ଏହାଦ୍ୱାରା ଧାନ ସଂଗ୍ରହ ବାଧାପ୍ରାପ୍ତ ହେବ । ଏପରିକି ୧୪ ହଜାର କୋଟି ଟଙ୍କା ବକେୟା ରହିଥିବା ବେଳେ କେନ୍ଦ୍ର ତାକୁ ଦେଉନି ।

ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆସନ୍ତା ୧୪ରେ ରାଜଭବନ ଆଗରେ ଧାରଣା ଓ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦାବିପତ୍ର ଦିଆଯିବ । ସେହିଭଳି ୧୫ରେ ଚାଷୀ, କର୍ମୀଙ୍କୁ ନେଇ ପଞ୍ଚାୟତ ଅଫିସ ଆଗରେ ଆନ୍ଦୋଳନ କରାଯିବ । ଆସନ୍ତା ୧୬ରେ ବ୍ଲକ ହେଡକ୍ୱାର୍ଟର ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ କରାଯାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯିବ ।

Spread the love