ବିଜେଡି ଟାର୍ଗେଟରେ ବିଜେପି: ଶ୍ରୀମୟୀ କହିଲେ, ସମ୍ବଲପୁର ଘଟଣାକୁ ନେଇ ରାଜନୀତି ନକରୁ ବିଜେପି

ସମ୍ବଲପୁର ଘଟଣାକୁ ନେଇ ସରକାରଙ୍କୁ ବିଜେପିର ସମାଲୋଚନା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । ସେ କହିଛନ୍ତି, ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜନୀତି କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପି ଶାସିତ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଷୟରେ ସଭିଏଁ ଜାଣିଛନ୍ତି । ସ୍ପର୍ଶକାତର ଘଟଣାରେ ଧୈର୍ୟ୍ୟ ଓ ଶାନ୍ତି ସହ ମୁକାବିଲା କରିବା ପରିବର୍ତ୍ତେ ରାଜନୀତି କରିବାକୁ ପଛାଉ ନାହିଁ ବିଜେପି । ସମ୍ବଲପୁରରେ କିପରି ଶାନ୍ତି ଫେରିବ ସେନେଇ ରାଜ୍ୟ ସରକାର କାମ କରୁଛନ୍ତି । ଏହି ଘଟଣାକୁ ନେଇ ରାଜନୀତି ନକରିବାକୁ ନିବେଦନ କଲେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ।

Spread the love