ବିଜେଡି ପାଳିଲା ଉତ୍କଳ ଗୌରବ ମଧୁସୂଦନଙ୍କ ତିରୋଧାନ ଦିବସ

ଭୁବନେଶ୍ୱର : ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ବିନ୍ଧାଣୀ, ଉତ୍କଳୀୟ ସ୍ୱାଭିମାନର ଅଗ୍ରଦୂତ କୁଳବୁଦ୍ଧ
ମଧୁସୂଦନ ଦାସଙ୍କର ତିରୋଧାନ ଦିବସ ରାଜଭବନ ସମ୍ମୁଖରେ ଥିବା ଉତ୍କଳ ଗୌରବଙ୍କର ପ୍ରତିମୂର୍ତ୍ତି ସ୍ଥଳରେ
ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ଦ୍ୱାରା ପାଳନ କରାଯାଇଅଛି । ଏହି ଅବସରରେ ପ୍ରଥମେ ଉତ୍କଳ ଗୌରବଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ଏବଂ ସର୍ବପ୍ରଥମେ ଉତ୍କଳର ଏଇ ମହାନ ନାୟକଙ୍କର ସ୍ମୃତିଚାରଣ କରି ତାଙ୍କର ରଚିତ ‘ଉତ୍କଳ ସନ୍ତାନ’ କବିତା ଆବୃତ୍ତି କରିଥିଲେ ଗାୟକ ଆଲ୍ଲାଦ ସୁରେନ୍ଦ୍ର ନାଥ ଛୋଟରାୟ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ବିନ୍ଧାଣୀ ଭାବରେ ଏଇ ମହାନାୟକ କିପରି ସମସ୍ତ ଓଡ଼ିଆ ଭାଷାଭାଷୀଙ୍କୁ ଏକତ୍ରିତ କରାଇ ଗୋଟିଏ ସ୍ରୋତକୁ ଆଣିଥିଲେ ତାହା ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ ସାମ୍ମୁଖ୍ୟର ରାଜ୍ୟ ଆବାହକ ରବି ନନ୍ଦ । ଅନ୍ୟମାନଙ୍କ ମଧ୍ୟରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ସଂସ୍କୃତି ସେବକ ଲକ୍ଷ୍ମୀଧର ବେହେରା, ସାମ୍ମୁଖ୍ୟର ଭୁବନେଶ୍ୱର ସଂଯୋଜକ ସତ୍ୟବ୍ରତ ଜେନା, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳ ସିଂହ, ପୂର୍ବତନ କର୍ପୋରେଟର ନରେନ୍‍ ସାହୁ, ବାବା ପଂଚଦେବ, ନୀଳକଣ୍ଠ ଦାସ, ଜ୍ୟୋତିର୍ମୟୀ ପଟ୍ଟନାୟକ, ରୂପାଲୀ ସାହୁ, ଜୟନ୍ତୀ ପଣ୍ଡା, ରାଜକିଶୋର ଦାସ, କବିତା ସୁବୁଦ୍ଧି, କଳ୍ପଲତା ସେନାପତି, ବୈକୁଣ୍ଠ ଭୋଇ, ମନୋରଞ୍ଜନ ନାୟକ ପ୍ରମୁଖ । ପରିଶେଷରେ ଧନ୍ୟବାଦ୍‍ ଅର୍ପଣ କରିଥିଲେ ଶ୍ରୀ ଦେବରାଜ ସେନାପତି ।

Spread the love