ଆଉ ଠକିଲେ ଚଳିବନି, ସାଂସଦଙ୍କ ପ୍ରଦର୍ଶନୀ ଟ୍ରାକିଂ ହେବ
ସାଂସଦମାନେ ସଂସଦରେ କେତେ ସମୟ ରହୁଛନ୍ତି ଏବଂ ରାଜ୍ୟର ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗକୁ କେତେ ଗୁରୁତ୍ବ ଦେଉଛନ୍ତି ତାହା ଉପରେ ତଦାରଖ କରାଯିବ। ଏହାର ସମସ୍ତ ହିସାବ ରଖିବ ବିଜେଡି। ଖାଲି ଯେ ସାଂସଦ ହୋଇ ବସି ରହିଲେ ହେବ ନାହିଁ ବରଂ ସଂସଦର ଉଭୟ ଗୃହରେ କେତେ ସମୟ ଆଲୋଚନା ପାଇଁ ଦେଉଛନ୍ତି, କେଉଁ ପ୍ରସଙ୍ଗରେ ଆଲୋଚନା ସମୟରେ ଅଂଶଗ୍ରହଣ କରୁଛନ୍ତି ତାର ଟ୍ରାକିଂ କରିବ ଦଳ। ଏନେଇ ଏକ ସ୍ବତନ୍ତ୍ର ଫର୍ମାଟ ପ୍ରସ୍ତୁତ କରାଯାଇ ସବୁ ସାଂସଦଙ୍କୁ ଦିଆଯାଇଛି। ସଂସଦୀୟ ଦଳ ବୈଠକରେ ଏନେଇ ସୁପ୍ରିମୋ ସମସ୍ତଙ୍କୁ ବୁଝାଇଛନ୍ତି। ପ୍ରତି ଦୁଇମାସରେ ଥରେ ରିପୋର୍ଟ ଦେବେ ସାଂସଦ ଆଉ ଏସବୁର ସମୀକ୍ଷା କରାଯାଇ ସମ୍ପୃକ୍ତ ସାଂସଦଙ୍କ ପ୍ରଦର୍ଶନ କିଭଳି ଉନ୍ନତି ହେବ ସେ ନେଇ ଟିପ୍ସ ଦିଆଯିବ ବୋଲି ଜଣାପଡିଛି ।