କନ୍ଧମାଳ ଜି ଉଦୟଗିରି NAC ଅଧ୍ୟକ୍ଷ ଉପନିର୍ବାଚନରେ ବିଜେଡି ବିଜୟୀ

ବିଜେଡିର ବାଜିମାତ। କନ୍ଧମାଳ ଜି ଉଦୟଗିରି NAC ଅଧ୍ୟକ୍ଷ ଉପନିର୍ବାଚନରେ BJD ବିଜୟୀ। ଦେବସ୍ମିତା ଶତପଥୀ ୨ହଜାର ୩୫୫ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ଏହାକୁ ନେଇ ଦଳରେ ଖୁସିର ଲହରୀ ଖେଳିଯାଇଛି। ବିଜେଡିକୁ ୩ହଜାର ୧୧୧ ଖଣ୍ଡ ଭୋଟ ମିଳିଥିବାବେଳେ , ବିଜେପି ଖାତାକୁ ଯାଇଛି ୭୫୬ ଭୋଟ୍। କଂଗ୍ରେସ ପାଇଛି ୬୧୪ ଖଣ୍ଡ ଭୋଟ। ଦେବସ୍ମିତା ଶତପଥୀ ସ୍ବର୍ଗତ ଭାନୁପ୍ରଭା ମିଶ୍ରଙ୍କ ଝିଅ। ବିଜୟୀ ହେବା ପରେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦେବସ୍ମିତା।

Spread the love