ବିଜେଡିର ଅନ୍ୟ ନାଁ ବିକାଶ, ଲୋକେ ଜାଣିଛନ୍ତି ସୁଖଦୁଃଖ ଓ ବିକାଶର ସାଥୀ କିଏ : ଦେବୀ ମିଶ୍ର

ଫାଇଭ୍–ଟି ସଚିବଙ୍କ ପ୍ରସଙ୍ଗରେ ବିରୋଧୀଙ୍କ ଅଭିଯୋଗ । ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି, ବିରୋଧୀ ଲିଫଲେଟ୍ ବାଣ୍ଟନ୍ତୁ କି ଘର ଘର ବୁଲନ୍ତୁ । ଲୋକ ଜାଣିଛନ୍ତି ତାଙ୍କ ସୁଖ ଦୁଖରେ ସାଥୀ କିଏ ? ବିକାଶର ସାଥୀ କିଏ ? ନିର୍ବାଚନ ବର୍ଷର ସବୁ ଦଳ ଏଭଳି କାର୍ଯ୍ୟକ୍ରମ କରନ୍ତି । ଏହାର କିଛି ପ୍ରଭାବ ପଡିବନାହିଁ । ବିଗତ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ଜନତା ଯେଉଁଭଳି ଭାବରେ ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ରୀବାଦ ଦେଇଛନ୍ତି ଆଗାମୀ ନିର୍ବାଚନରେ ମଧ୍ୟ ଆଶ୍ରୀବାଦ ଦେବେ ।

ସେପଟେ, ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । କହିଛନ୍ତି, କିଛି ଲୋକ କହୁଛନ୍ତି ପାୱାର ଡେଲିଗେଟ୍ ହେଉଛି । କିନ୍ତୁ ମୁଖ୍ୟମନ୍ତ୍ରୀ କାହାକୁ କ୍ଷମତା ହସ୍ତାନ୍ତର କରିନାହାନ୍ତି । ମୁଖ୍ୟମନ୍ତ୍ରୀ ବିଜେଡିର ସଭାପତି ହିସାବରେ ଦଳର କର୍ମୀଙ୍କୁ ଦାୟିତ୍ୱ ଦେଉଛନ୍ତି । ସେହିପରି ସରକାରୀ କର୍ମକର୍ତ୍ତାଙ୍କୁ ବିଭିନ୍ନ ଦାୟିତ୍ୱ ଦେଇଛନ୍ତି । ସରକାରୀ ଅଧିକାରୀଙ୍କୁ ଦାୟିତ୍ୱ ଦେବା ସମ୍ପୂର୍ଣ୍ଣ ସାମ୍ବିଧାନିକ । ସେ କାହାକୁ କ୍ଷମତା ହସ୍ତାନ୍ତର କରି ନାହାନ୍ତି । ଯାହା ନିକଟରେ କୌଣସି ଇସ୍ୟୁ ନଥାଏ, ସେମାନେ ଏମିିତି କୁହନ୍ତି ।

ଡିଓପିଟି ଚିିଠି ଆସିବା ନୂଆ କଥା ନୁହେଁ । ଏଭଳି ଚିରାଚରିତ ଚିଠି ଆଗରୁ ଆସିଛି । ସରକାର ଲୋକଙ୍କ ନିକଟରେ ପହଁଚୁଛି ସେଥିଲେ ଲୋକ ଖୁସି । ଆଗାମି ନିର୍ବାଚନରେ ବିକାଶର ପ୍ରଭାବ ପଡିବ । ଫାଇଭ୍ –ଟି ସଚିବଙ୍କ ଗସ୍ତକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇ ଆସୁଛନ୍ତି । ସଚିବ ଆଇଏଏସ କଣ୍ଡକ୍ଟ ରୁଲ ଉଲ୍ଲଙ୍ଘନ କରୁଥିବା ଅଭିଯୋଗ ଆଣି କେନ୍ଦ୍ର ସରକାରଙ୍କ ନିକଟରେ ଫେରାଦ ହୋଇଛନ୍ତି । ଆଉ ଫେରାଦ ହେବା ପରେ ଅଭିଯୋଗର ତଦନ୍ତ କରିବା ସହ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଚିଠି କରିଛି । ତେବେ ମୁଖ୍ୟ ଶାସନ ସଚିବ କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି ।

Spread the love